March 11, 2026

ପାରାଦୀପ ଗ୍ରୀନ ଟ୍ରଷ୍ଟ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

IMG-20240605-WA0017
Share

ବିଶ୍ୱ ଜଳବାୟୁ ପରିବର୍ତ୍ତନ ଆଜି ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି l ବିଭିନ୍ନ ସମୟରେ ଖରାଦିନରେ ବାତ୍ୟା ହେଉଛି ତ ବର୍ଷା ଦିନରେ ମରୁଡି ଭଳି ପରିସ୍ଥିତି ଦେଖାଦେଉଛି l ଯାହା ମାନବ ସମାଜ ପାଇଁ ଘାତକ ସାବ୍ୟସ୍ତ ହେଉଛି l ଏହିସବୁ କାରଣ ର ଏକମାତ୍ର ନିରାକରଣ ହେଉଛି ବୃକ୍ଷ ରୋପଣ l ପ୍ରତ୍ୟେକ ମଣିଷ ନିଜେ ନିଜର ଉତ୍ତର ଦାୟାଦ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ କିଛି କିଛି ବୃକ୍ଷ ରୋପଣ କରିବା କୁ ଅନୁରୋଧ କରିଛି ପାରାଦୀପ ଗ୍ରୀନ ଟ୍ରଷ୍ଟ l ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପାରାଦୀପ ଗ୍ରୀନ ଟ୍ରଷ୍ଟ ତରଫରୁ ବନ୍ଦର ନଗରୀ ପାରାଦୀପ ର ବିଭିନ୍ନ ଅଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୁବ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଯୋଗଦେଇ ପାରାଦୀପ ଭଳି ଶିଳ୍ପାଞ୍ଚଳ ରେ ବୃଦ୍ଧି ପାଉଥିବା ଧୂଳି, ଧୂଆଁ ରେ ଅତିଷ୍ଠ ହୋଇପଡୁଛନ୍ତି l ଯାହାଦ୍ୱାରା ଅନେକ ମାରାତ୍ମକ ଦୁରାରୋଗ୍ୟ ରେ ପୀଡିତ ହେଉଛନ୍ତି ବନ୍ଦରନଗରୀ ଓ ଏହାର ଆଖପାଖ ରେ ବସବାସ କରୁଥିବା ସାଧାରଣ ଜନତା l ଏହିସବୁ ସମସ୍ୟା କୁ ଦୂର କରିବା ପାଇଁ ସମସ୍ତେ ଏକହୋଇ ବୃକ୍ଷ ରୋପଣ କରିବା ସହିତ ବନ୍ଦର ନଗରୀ ରେ ସବୁଜ ବଳୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ l

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )