July 1, 2024

ଗଜପତି:- ବିଧାନସଭା ଭୋଟ ଗଣତି:- ପାରଳାଖେମୁଣ୍ଡି ରେ ବିଜେଡି ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ । ଉଭୟ ମହଲରେ କର୍ମୀଙ୍କ ଆନନ୍ଦ

Share

ଗଜପତି:- ବିଧାନସଭା ଭୋଟ ଗଣତି:- ପାରଳାଖେମୁଣ୍ଡି ରେ ବିଜେଡି ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ । ଉଭୟ ମହଲରେ କର୍ମୀଙ୍କ ଆନନ୍ଦ

ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଆଜି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଭୋଟ ଗଣତିର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶ୍ରୀ ରୁପେଶ କୁମାର ପାଣିଗ୍ରାହି ବିଜୟୀ ହୋଇଛନ୍ତି ।ଶ୍ରୀ ପାଣିଗ୍ରାହି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶ୍ରୀ କେ: ନାରାୟଣ ରାଓଙ୍କ ଠାରୁ ୩,୯୪୫ ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠାରେ ବିଜେଡି ପ୍ରାର୍ଥୀ ଶ୍ରୀ ରୂପେଶ ପାଣିଗ୍ରାହି ମୋଟ ୫୫, ୫୮୩ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ କେ: ନାରାୟଣ ରାଓ ୫୧, ୬୩୮ ଟି ଭୋଟ ପାଇଛନ୍ତି ।
ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାଶରଥି ଗମାଙ୍ଗ ବିଜୟୀ ହୋଇଛନ୍ତି । ଶ୍ରୀ ଗମାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କ ଠାରୁ ୪, ୨୨୮ ଟି ଅଧିକ ଭୋଟ ପାଇ ବିଧାୟକ ଭାବେ ବିଜୟୀ ହୋଇଛନ୍ତି। । ଏଠାରେ ଶ୍ରୀ ଦାଶରଥି ଗମାଙ୍ଗ ୬୨, ୦୮୦ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ ୫୭, ୮୫୨ ଟି ଭୋଟ ପାଇଛନ୍ତି ।
ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ବାସୀ ଭୋଟ ଗଣତି ର ପ୍ରତ୍ୟେକ ରାଉଣ୍ଡ ର ଫଳାଫଳ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ମେଗା ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ କରାଯିବା ବ୍ୟବସ୍ଥା ହୋଇଥିଲା ।
ପାରଳାଖେମୁଣ୍ଡି ରେ ବିଜେଡି ପ୍ରାର୍ଥୀ ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଧାୟକ ଭାବେ ବିଜୟୀ ହୋଇଥିବା ଯୋଗୁଁ ଉଭୟ ଦଳର ସମର୍ଥକ ଓ କର୍ମକର୍ତ୍ତା ମାନଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।
କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————

You may have missed