July 1, 2024

(ପାରାଦୀପ ରେ ଫୁଟିଲା ପଦ୍ମ) ଜଗତସିଂହପୁର ଜିଲ୍ଲା ବିଜେଡି ର ଦୁର୍ଗ ପାଲଟିଥିବା ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଫୁଟିଛି ପଦ୍ମ..

Share

ପାରାଦୀପ ବିଜେପି ର ଉଦୀୟମାନ ଯୁବ ନେତୃତ୍ୱ ତଥା ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କୁ 15,619 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି l ଯାହାକୁ ନେଇ ବନ୍ଦରନଗରୀ ପାରାଦୀପ ସମେତ ସମଗ୍ର ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ଅଦିନିଆ ହୋଲି ଓ ଦିୱାଲୀ l ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ସମ୍ପଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିଵା ସହିତ ପାରାଦୀପ ଜିରୋ ପଏଣ୍ଟ କାର୍ଯ୍ୟାଳୟ ରେ ହଜାର ହଜାର କର୍ମୀ ସମ୍ପଦଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି l ତେବେ ପାରାଦୀପ ବାସି ଯେଉଁଭଳି ଭାବରେ ପରିବର୍ତ୍ତନ ର ଧାରାରେ ସାମିଲ ହୋଇ ମୋତେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଆଗାମୀ ଦିନରେ ପାରାଦୀପ ବାସିଙ୍କ ସମସ୍ୟା ସମାଧାନ ମୋର ପ୍ରଥମ କାର୍ଯ୍ୟ ବୋଲି ବିଜୟୀ ବିଧାୟକ ସମ୍ପଦ ସ୍ୱାଇଁ କହିଛନ୍ତି।
ବାଇଟ – ସମ୍ପଦ ସ୍ୱାଇଁ ( ବିଜୟୀ ବିଧାୟକ, ପାରାଦୀପ )। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed