ପାଗଳା କୁକୁର କାମୁଡ଼ାରେ ୧୩ ଆହତ , ଅଞ୍ଚଳରେ ଆତଙ୍କ
ପାଗଳା କୁକୁର କାମୁଡ଼ାରେ ୧୩ ଆହତ , ଅଞ୍ଚଳରେ ଆତଙ୍କ
ବୁଗୁଡ଼ା : ତା ୦୫/୦୭/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଗଳା କୁକୁର କାମୁଡ଼ାରେ ଅନେକ ଲୋକ ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ସକାଳେ କୁକୁର କାମୁଡ଼ାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣ ବୁଗୁଡା ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାଯାଇଛି । ପାଗଳା କୁକୁର କାମୁଡ଼ାରେ ଆହତମାନଙ୍କ ମଧ୍ୟରେ ଝୋଲରୀ ଗାଁର ରାକେଶ ନାୟକ , ଟିକରପଡାର ପ୍ରମୋଦ ବିଷୋୟୀ , ଖୋଳଖାଳିର ପ୍ରଭାକର ସ୍ବାଇଁ , ବୁଗୁଡାର କାମରାଜୁ ବେହେରା , କମା ନାଇକ , ଲିଲି ବେହେରା , ସନ୍ଯାସୀ ବେହେରା , ସନ୍ଧ୍ୟାରାଣୀ ସାହୁ , ଲକ୍ଷ୍ମୀ ପାତ୍ର , ଧୀରଜ ମହାରଣା , କୋଣସି କାମରେ ବୁଗୁଡ଼ାକୁ ଆସିଥିବା ଦାମୋଦରପଲ୍ଲୀର ଅଶୋକ ପ୍ରଧାନ , କରଚୁଲି ଗ୍ରାମର ଦୁଃଖୀଶ୍ଯାମ ନାୟକ ରହିଛନ୍ତି । କାମୁଡା କୁକୁରଟିର ରଙ୍ଗ ଧଳା ଏବଂ ମୁଣ୍ଡ ପାଖରେ ମାଟିଆ ଚିହ୍ନ ରହିଥିବା ବେଳେ ସେଇଟି ପୋଷା କୁକୁର ଭଳି ଦେଖା ଯାଉଥିବା ନେଇ ଆହତମାନେ କହିଛନ୍ତି । ସେଇ ପାଗଳା କୁକୁରଟି ହଠାତ୍ ଆକ୍ରମଣ କରି ଶରୀରର ଯେ କୌଣସି ଅଙ୍ଗକୁ କାମୁଡିବା ସହ ବେଳେ ବେଳେ ମାଂସ ପୁଳାଏ ନେଇ ଦୋଡି ପଳାଉଥିବା ଆହତ ମାନେ କହିଛନ୍ତି । ତେବେ ପାଗଳା କୁକୁର ପାଇଁ ଚାରିଆଡେ ଆତଙ୍କ ଖେଳିଯାଇଥିବା ବେଳେ ତାକୁ କାବୁ କରିବା ପାଇଁ ଲୋକଙ୍କ ଉଦ୍ୟମ ଜାରି ରହିଥିବା ଜଣାଯାଇଛି ।