March 11, 2026

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

IMG-20230605-WA0003
Share

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ଉଲୁଣ୍ଡା,୪/୦୬-(ଉପାନ୍ତ ଓଡିଶା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ଠାରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା ।ସକାଳ ୫ଟାରେ ମଙ୍ଗଳ ଆଳତି, ୯ଟାରେ ଧାଡ଼ି ପହଣ୍ଡି,୧୧ଟାରେ ଶ୍ରୀଜୀଉଙ୍କ ମହାସ୍ନାନ, ୧ଟାରେ ଗଜାନନ ବେଶ,୪ଟାରେ ଅଣସର ବିଜେ ନୀତି ସମ୍ପାଦନ ହୋଇଥିଲା।ସେବାୟତମାନଙ୍କ ଦ୍ୱାରା ରତ୍ନସିଂହାସନ ରୁ ଚତୂର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡି ରେ ସ୍ନାନମଣ୍ଡପ କୁ ଅଣାଯାଇଥିଲା ।ତା ପରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳାର୍ପଣ,ଆଳତି,ପୂଜାନୀତି,ହୋମ ଆଦି ସମସ୍ତ ନୀତି ସମ୍ପାଦନ କରାଯାଇଥିଲା । ନୂତନ କୂଅ ର
ଜଳରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।ଶ୍ରୀ ବଳଭଦ୍ରଙ୍କୁ ୩୩ଗରା,ମାଁ ସୁଭଦ୍ରାଙ୍କୁ ୨୨ଗରା,ଶ୍ରୀ ଜଗନ୍ନାଥଙ୍କୁ ୩୫ଗରା ଓ ସୁଦର୍ଶନଙ୍କୁ ୧୮ ଗରା ପବିତ୍ର ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସ୍ନାନ ପରେ ମହାପ୍ରଭୁ ଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା l ପଣ୍ଡିତ ଦେବାର୍ଚ୍ଚନ ଦାଶ,ବିଶେଶ୍ୱର ପାଢୀ,ଗୁଣାକର ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ ।ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଘଣ୍ଟ ଶଙ୍ଖ,ଗିନି ମୃଦଙ୍ଗ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।