ଆଜିର ଖବର…

୧-ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି,ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୨-ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ଆଜି ଖୋଲା ରହିବ ସମସ୍ତ କଲେଜ।
୩-ଆଜି ଖୋଲା ରହିବ ସମସ୍ତ ସ୍କୁଲ; ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ।
୪-ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ରାଜ୍ୟସ୍ଥରୀୟ ବିଜୁ ଜୟନ୍ତୀ ଉତ୍ସବ,ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ।
୫-ଅନୁଗୁଳ:ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ, ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ରାଜନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ।
୬-ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ବତନ୍ତ୍ର ଆପ୍ , ଭିଡ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା।
୭-OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା।
୮-ବିଜୁଙ୍କ କୃତି ମଳିନ ଲାଗି ସରକାରଙ୍କ ହୀନ ଉଦ୍ୟମ,୬ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡ଼ି।
୯-କୁଳପତି ସମ୍ମିଳନୀ:ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି – ରାଜ୍ୟପାଳ
୧୦-ଭୀମ ଆର୍ମିର ନ୍ୟାୟ ସଂକଳ୍ପ କାର୍ଯ୍ୟକ୍ରମକୁ ବିରୋଧ,ବାଣିବିହାରରେ ତୁମୁଳକାଣ୍ଡ,୫ ଗାଡ଼ି ଭଙ୍ଗାରୁଜା।
୧୧-ପରିବାର ସହ ଗୋପାଳପୁର ବୁଲିବାକୁ ଆସି ହୃଦଘାତରେ ପର୍ଯ୍ୟଟକଙ୍କ ମୃତ୍ୟୁ।
୧୨-ଅପଡେଟ ହେଉନି ରାଜ୍ୟ ସରକାରଙ୍କ ଓ୍ବିବସାଇଟ୍,ଇ ଡେସପାଚରେ ମିଳୁନି ବିଭାଗୀୟ ସୂଚନା।
୧୩-ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ, ମାଷ୍ଟରମାଇଣ୍ଡ ଅନ୍ତଃରାଜ୍ୟ ଏଟିଏମ ଲୁଟେରା।
୧୪-ଆଜିଠୁ ସବୁ ପଞ୍ଚାୟତରେ ହେବ ସୁଭଦ୍ରା ରାଲି, ସାମିଲ ହେବେ SHG ମହିଳା ଓ ଛାତ୍ରୀ।
୧୫-ବ୍ରହ୍ମପୁର:ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ୧୬୦ କେଜି ଗଞ୍ଜେଇ ସହ ୭ ଗିରଫ।
୧୬-ଏବେ ଖାଁ ଖାଁ ତୀର୍ଥନଗରୀ ପ୍ରୟାଗରାଜ,ଜନଶୂନ୍ୟ ମହାକୁମ୍ଭସ୍ଥଳୀ, ଶ୍ରଦ୍ଧାଳୁଙ୍କୁ ଝୁରୁଛି ସଙ୍ଗମସ୍ଥଳ।
୧୭-ଦେଶରେ ଏବେ ପ୍ରାୟ ୧୫ ହଜାର ଜନଔଷଧୀ କେନ୍ଦ୍ର ରହିଛି ଏବଂ ୨୦୨୭ ସୁଦ୍ଧା ଏହାକୁ ୨୫ ହଜାରକୁ ବୃଦ୍ଧି କରାଯିବ।
୧୮-ଆଇଆଇଏମ୍ ଲକ୍ଷ୍ନୌ ଛାତ୍ରଛାତ୍ରୀଙ୍କ କମାଲ: ଦରମା ୭୫ ଲକ୍ଷ,୫୭୦ ଛାତ୍ରଛାତ୍ରୀଙ୍କୁ ମିଳିଲା ୬୦୦ରୁ ବି ଅଧିକ ଚାକିରି।
୧୯-କୋହଲିଙ୍କ ଆକର୍ଷଣୀୟ ଇନିଂସ, ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଭାରତ।
୨୦-ନୂଆ ଦିଲ୍ଲୀ:ମାନବ ଶର୍ମା ଆତ୍ମହତ୍ୟା ମାମଲା, ପତ୍ନୀ ନିକିତା ଶର୍ମା ଫେରାର୍।
୨୧-ବାଂଲାଦେଶ:ଫେରିବେ ହସିନା, ବଢ଼ିଲା ୟୁନୁସ ସରକାରଙ୍କ ଟେନସନ।
୨୨-ଅଷ୍ଟ୍ରିଆର ନୂତନ ଚାନ୍ସେଲର ଭାବେ ଶପଥ ନେଲେ ଖ୍ରୀଷ୍ଟିଆନ ଷ୍ଟକର, ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ।
୨୩-ଇସ୍ରାଏଲ-ହମାସ ଅସ୍ତ୍ରବିରତି ଚୁକ୍ତି, ଇସ୍ରାଏଲ ରଖିଲା ନୂଆ ସର୍ତ୍ତ।
*🙏 ସୁପ୍ରଭାତ 🙏*