ବନ୍ଧମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୁରୀର ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଫି ଓ ପୁସ୍ତକ ବଣ୍ଟନ ..

ଆଜି ପୁରୀଜିଲ୍ଲା ନିମାପଡା ବ୍ଲକ ବନ୍ଧମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉର୍ତ୍ସବରେ ପୁରୀ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ପୁସ୍ତକ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ନିମାପଡା ଶିକ୍ଷାଧିକାରୀ ଦ୍ବିତିକାନ୍ତ ପ୍ରଧାନ, ମୁଖ୍ୟବକ୍ତା ଭାବେ ବାଲିଅନ୍ତା ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସୁରେନ୍ଦ୍ରନାଥ ସାହୁ, ସମ୍ମାନିତ ଅତିଥିଭାବେ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ନିର୍ଦ୍ଧେଶିକା ସବିତା ମିଶ୍ର, ପ୍ରତିଭା ମହାନ୍ତି, ସୁଦର୍ଶନ ଭୋଇ, ପ୍ରଫୁଲ କୁମାର ସ୍ୱାଇଁ ଦୁର୍ଗାପ୍ରସାଦ ପ୍ରଧାନ, ଜ୍ଞାନରଞ୍ଜନ ଦାଶ, ଶାଶ୍ଵତୀ ମହାପାତ୍ରଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ପ୍ରତ୍ୟେକ ଛାତ୍ରଛାତ୍ରୀ କିଭଳି ଜଣେ ଜଣେ ଭଲ ମଣିଷ ହୋଇପାରିବେ ନିଜନିଜର ଅଭିଭାଷଣ ରଖିଥିଲେ l ପରେପରେ ପୁରସ୍କାର ବିତରଣ ଉର୍ତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉର୍ତ୍ସବରେ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ନିର୍ଦ୍ଧେଶିକା ସବିତା ମିଶ୍ରଙ୍କ ସହିତ, ନିରଞ୍ଜନ ମିଶ୍ର, କୁନା ମିଶ୍ର,ଅରୁଣିମା ନନ୍ଦ,ଝାନ୍ସୀରାଣୀ ମିଶ୍ରଙ୍କ ସହିତ ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉର୍ସାହିତ କରିବା ସହିତ ଆଗାମୀ ଦିନରେ ଏହି ବିଦ୍ୟାଳୟ କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ