କୁନ୍ଦୁରା ବ୍ଲକ ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳନ l
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ଶାସ୍ତ୍ରୀ ମୈଦାନ ଠାରେ କୋଟପାଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ 107 ତମ ବିଜୁ ଜୟନ୍ତୀ ପାଳନ କରାଯାଇଛି l ପ୍ରଥମେ ସମସ୍ତ ଅତିଥିଙ୍କୁ ମଞ୍ଚକୁ ସ୍ଵାଗତ କରାଯାଇ ପୁଷ୍ପମାଲ୍ଯ ଦେଇ ସ୍ଵାଗତ କରାଗଲା l ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରାଯାଇ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରି ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ l ଯୁବ ଓ ଛାତ୍ର ଜନତା ଦଳ ତରଫରୁ ହୋଇଥିବା ମୋଟର ସାଇକେଲ ଶୋଭାଯାତ୍ରାରେ ଆଜିର ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା କୋଟପାଡ ବିଧାୟୀକା ପଦ୍ମିନୀ ଦିଆନ ସାମିଲ ହୋଇଥିଲେ l ଶୋଭାଯାତ୍ରାରେ କୁନ୍ଦୁରା ସହର ପରିକ୍ରମା କରିଥିଲେ l ବ୍ଲକ ସଭାପତି ବୃନ୍ଦାବନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ l ସଭାରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯାଇ ଥିଲା l ପ୍ରାରମ୍ଭରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୂର୍ଯ୍ୟ ନାରାୟଣ ରଥ ନିଜ ଅଭିଭାଷଣରେ ଓଡ଼ିଶା ସରକାରଙ୍କ ଚଳିତ ବର୍ଷର ବିକାଶ ମୂଳକ କାର୍ଯ୍ୟର ବଜେଟ ଓ ଯୋଜନା ଗୁଡ଼ିକ ଉପସ୍ଥାପନ କରିଥିଲେ l ବିଜୁ ବାବୁ ସ୍ଵାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଗଣତନ୍ତ୍ରରେ ସାଧାରଣ ଲୋକଙ୍କ ପାଇଁ ହକ୍ ପାଇଁ ସଂଗ୍ରାମ, ତ୍ରି ସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ରେ ତାଙ୍କର ଅତୁଳନୀୟ ଅବଦାନ ରହିଛି l ତେଣୁ ତାଙ୍କ ଜନ୍ମ ଦିନକୁ ସରକାରୀ ସ୍ତରରେ ଲୋକସେବା ଦିବସ ଭାବେ ପାଳନ କରାଯାଉଛି l ତାଙ୍କର ଦୁଃସାହସିକତା ରାଜ୍ଯ ତଥା ଜାତୀୟ ରାଜନୀତିରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡ଼ିଶାରେ ମୁଖ୍ଯ ମନ୍ତ୍ରୀ ଭାବେ ଶାସନ କରିବାର ସୁଯୋଗ ପାଇଥିଲେ l ଏବଂ ସେ ଯେଉଁ ସବର୍ଣ୍ଣ ଓଡ଼ିଶା ସ୍ଵପ୍ନ ଦେଖିଥିଲେ ତାହା ପୂରଣ କରିବା ପାଇଁ ତାଙ୍କ ସୁ ଯୋଗ୍ୟ ସନ୍ତାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକାର ଜନ କଲ୍ୟାଣ ଓ ଉନ୍ନତି ମୂଳକ ଯୋଜନା ଗୁଡିକ କରିଆସିଛନ୍ତି l ଯାହା ଦ୍ୱାରା କି ଓଡ଼ିଶା ବାସୀଙ୍କ ସମସ୍ତ ପ୍ରକାର ବିକାଶ ହେବା ସହ ବିଜୁ ବାବୁଙ୍କ ନାମରେ ନାମିତ ବିଜୁ ଜନତା ଦଳ ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶା ଶାସନ କରିବାର ସୁଯୋଗ ପାଇଛି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟୀକା ପଦ୍ମିନୀ ଦିଆନ ମହିଳା ଓ ଏସ୍. ଏଚ୍. ଜି. ମାନଙ୍କ ନିମନ୍ତେ ହୋଇଥିବା ବିଭିନ୍ନ ଯୋଜନା ଓ ଓଡ଼ିଶା ରେ ବିଜୁ ଜନତା ଦଳ ଶାସନ ସମୟରେ ହୋଇଥିବା ସମସ୍ତ ପ୍ରକାର ପରିବର୍ତ୍ତନ ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଜିଲ୍ଲା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ଆଜିର ଦିନ କୁ ଲୋକ ସେବା ଦିବସ ଭାବେ ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାର ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଓ ସାଧାରଣ ଲୋକଟିଏ ସରକାରଙ୍କ ସମସ୍ତ ସେବା ପାଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଟିଆ, ବୈପାରୀଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, କୋଟପାଡ ସାଂସଦ ପ୍ରତିନିଧି ତ୍ରିପତି ବାଲାଜୀ , ବୈପାରୀଗୁଡ଼ା ସଂସାଦ ପ୍ରତିନିଧି ସାଥିରାମ ନାୟକ tdcc ନିର୍ଦ୍ଦେଶକ ରାମକୃଷ୍ଣ ବିଶୋଇ, ଖଦିବୋର୍ଡ ସଦସ୍ଯ ପ୍ରଶାନ୍ତ ମହାନ୍ତି, କୋଟପାଡ ବ୍ଲକ ସଭାପତି ଲାଲ ଗୋପାଳ ସିଂ, ବରିଷ୍ଠ ନେତା ସୁଧୀର ମହାନ୍ତି, ବୀରେନ୍ ବିଶୋଇ ବୋରିଗୁମ୍ମା, ବୈପାରିଗୁଡା ଓ କୁନ୍ଦୁରା ବ୍ଲକର ଦଳୀୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ମହିଳା ସଭାନେତ୍ରୀ, ଯୁବ ସଭାପତି, ଛାତ୍ର ସଭାପତି, ସମସ୍ତ ବରିଷ୍ଠ ନେତା, ଏବଂ କୁନ୍ଦୁରା ବ୍ଲକର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପ୍ରମୁଖ ମଞ୍ଚାସୀନ ଥିଲେ l ଏହି 4 ଟି ବ୍ଲକ ରୁ 2 ହଜାର ରୁ ଅଧିକ ଲୋକ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ମଂଚ ପରିଚାଳନା କରିଥିଲେ ଓ ବୋରିଗୁମ୍ମା ଜିଲ୍ଲା ପରିଷଦ ସଭ୍ଯ ପ୍ରସାଦ ବିଡ଼ିକା ଧନ୍ୟବାଦ ଅର୍ପଣ କରିଥିଲେ l
ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ news ଉପାନ୍ତ ଓଡ଼ିଶା l