April 27, 2026

ବରିଷ୍ଠ ନାଗରିକ ଆଇନକୁ କାର୍ଯ୍ୟକାରୀ କଲେ ଉପ ଜିଲ୍ଲାପାଳ ସହାୟତା ବ୍ୟାସ ଫାଉଣ୍ଡେସନ 

IMG-20260205-WA0088
Share

ତିର୍ତ୍ତୋଲ ତା:-,୪/୨/୨୦୨୬, ଦିନକୁ ଦିନ ସାମାଜିକ ସ୍ଥିତି ଓ ମୂଲ୍ୟର ବୋଧ ବିଗିଡି ଯାଉଛି। ଆଧୁନିକ ଶିକ୍ଷା ଓ ଦୀକ୍ଷାରେ ପରିବାର ଓ ପାରିବାରିକ ସମ୍ପର୍କ ତିକ୍ତ ହେଉଛି। ପରିଣତ ବୟସରେ ବାପା ମାଆ ମାନେ ନାନା ହଇରାଣ ହେଉଛନ୍ତି। ଏପରି ସ୍ଥିତିରେ ବରିଷ୍ଠ ନାଗରିକ ଆଇନକୁ କାର୍ଯ୍ୟକାରୀ ଓ ତର୍ଜମା କରି ଉପ ଜିଲ୍ଲାପାଳ ଜଗତସିଂହପୁର ଙ୍କ ରାୟ ତଥା ସେବା ସମର୍ପିତ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସମୟୋପଯୋଗି ସହାୟତା ପରିଣତ ବୟସର ବ୍ୟକ୍ତି ଙ୍କ ମୁଁହରେ ହସ ଫୁଟାଇ ପାରିଛି। ଖୋଲା ଆକାଶ ଓ ଅନ୍ୟ ଘରେ ମୁଣ୍ଡ ଗୁଞ୍ଜୁ ଥିବା ରାହାମା ମଠ ଅଞ୍ଚଳର ପଞ୍ଚସ୍ତରୀ ବୟସର ଧୂମାଲି ସ୍ୱାଇଁ ଯେତେବେଳେ ନିଜ ଘରେ ନିଜ ପାଇଁ ସୁରକ୍ଷିତ ଆଶ୍ରୟ ଟିଏ ପାଇଲେ ଏହା ଠାରୁ ଖୁସିର ଖବର ଆଉ କଣ ଥାଇ ପାରେ। ପ୍ରକାଶ ଥାଉକି ପୁଅ, ବୋହୂ, ନାତି ନାତୁଣୀ ଥାଇବି ଘର ଭାଗ ବଣ୍ଟା ମଧ୍ୟରେ ବଳି ପଡ଼ିଲେ ଜନ୍ମ କଲା ମାଆ। ଅନେକ ଥର ଗ୍ରାମ ସଭାର ରାୟ ଧୁମାଲି ମାଉସୀ ଙ୍କ ସପକ୍ଷରେ ଥିଲେ ମଧ୍ୟ ନିଜ ଘରେ ରହିବା ପାଇଁ ସେ ସକ୍ଷମ ହୋଇ ପାରି ନ ଥିଲେ, କାରଣ ରକ୍ତର ସମ୍ପର୍କ ରେ ଆକର୍ଷଣ ନ ଥିଲା। ଭତ୍ତା ଓ ରାସନ କାଡ଼ର୍ ସୁବିଧା କୁ ପାଥେୟ କରି କଷ୍ଟେ ମଷ୍ଟେ ଦିନ ବିତି ଯାଉ ଥିଲେ ମଧ୍ୟ ଶୀତ କାକର ବୟସ୍କା ମାଉସୀ ଙ୍କୁ ଅସହ୍ୟ କରୁଥିଲା। ପରି ଶେଷ ରେ ନିରୁପାୟ ହୋଇ ଶ୍ରୀମତୀ ଆଚାର୍ଯ୍ୟ ଙ୍କ ଦ୍ବାରସ୍ଥ ହୋଇ ନିଜ ସ୍ୱାଭିମାନ ଓ ଅଧିକାର ଭିକ୍ଷା କରିଥିଲେ ଧୂମାଳି ମାଉସୀ। ଆଚାର୍ଯ୍ୟ ମହୋଦୟା ମାଉସୀ ଙ୍କ ସମସ୍ୟା କୁ ଶୁଣି ବୁଝି ଏହାର ସମାଧାନ ପାଇଁ ଲିଖିତ ଭାବେ ଉପ ଜିଲ୍ଲାପାଳ ଜଗତସିଂହପୁର ଙ୍କୁ ଅବଗତ କରାଇ ଥିଲେ। ସହୃହୟ ଉପ ଜିଲ୍ଲାପାଳ ୩/୨/୨୦୨୬ରିଖରେ ଦୁଇ ପୁଅ ଶିଶିର ସ୍ୱାଇଁ କ୍ଷୀରୋଦ ସ୍ୱାଇଁ ଙ୍କ ଉପସ୍ଥିତି ରେ ଘଟଣା ର ତର୍ଜମା କରି ଧାରା ୯ ର ଉପଧାରା ୨ଅନୁସାରେ ଧୂମାଲି ଙ୍କୁ ନିଜ ଘରେ ରହିବା ପାଇଁ ଏକ ଘର ଓ ଦୁଇ ପୁଅ ମାଆ ଙ୍କର ଭରଣ ପୋଷଣ ବାବଦ କୁ ପ୍ରତ୍ୟେକ ୨୦୦୦ ଟଙ୍କା ତାଙ୍କ ଜମା ଖାତା ରେ ଜମା କରିବାକୁ ରାୟ ଦେଲେ। ସାନ ପୁଅ ମାଆ ଙ୍କ ସମସ୍ତ ସେବା ଓ ଦାୟିତ୍ଵ ନେବ ବୋଲି ଉପ ଜିଲ୍ଲାପାଳ ଙ୍କ ନିକଟରେ ସମ୍ମତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟରେ ସାମାଜିକ ଉପଖଣ୍ଡ ଅଧିକାରୀ ଉଦର ସୁନ୍ଦର ସ୍ୱାଇଁ ଏବଂ ହରପ୍ରିୟା ଜେନା ଉପସ୍ଥିତ ଥିଲେ। ବରିଷ୍ଠ ବାପା ମା ଙ୍କ ପ୍ରତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଙ୍କ ଏପରି ସମର୍ପିତ ମନୋଭାବ ତଥା ଉପ ଜିଲ୍ଲାପାଳ ଙ୍କ ତ୍ୱରିତ ସମାଧାନ ବାସ୍ତବିକ୍ ବାପା ମା ଙ୍କ ବଞ୍ଚିବାର ମହୋଷଧି ପାଲଟିଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର