April 26, 2026

ମହିଳା ମାଓ କମାଣ୍ଡରଙ୍କ ଆତ୍ମସମର୍ପଣ

IMG-20260205-WA0081
Share

 

 

୦୫/୦୨/୨୦୨୬ ଓଡ଼ିଶା ଆନ୍ଧ୍ର ବୋର୍ଡରର ଜଣେ ପ୍ରମୁଖ ମହିଳା ଏରିଆ କମାଣ୍ଡର ମମତା ପୋଡ଼ିଆମି ଓରଫ ମାମି ଓରଫ ସୋନି ଗୁରୁବାର କୋରାପୁଟ ପୁଲିସ ନିକଟରେ ଏକ ଏସଏଲଆର ବନ୍ଧୁକ ସହ ଆତ୍ମ ସମର୍ପଣ କରିଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଡା.କନୱାର ବିଶାଳ ସିଂ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏସପି ରୋହିତ ବର୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ସିଂ  ଏହି ସୂଚନା ଦେଇଥିଲେ । ଛତିଶଗଡର ବିଜାପୁର ଜିଲ୍ଲା ମାମେଡ ଥାନା ମରତବାକୁ ଗ୍ରାମ ପଞ୍ଚାୟତ ବାସିନ୍ଦା ଗଙ୍ଗା ପୋଡ଼ିଆମିଙ୍କ ଝିଅ ମମତା ପୋଡ଼ିଆମି ଓରଫ ସୋନି ଦୀର୍ଘ ବର୍ଷରୁ ମାଓ ସଙ୍ଗଠନରେ କାମ କରି ଓଡ଼ିଶା,ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ଏକାଧିକ ବିସ୍ଫୋରଣ,ଗୁଳିବିନିମୟ ଏବଂ ଅନ୍ୟାନ୍ୟ ଅପରାଧିକ ଘଟଣାରେ ଜଡ଼ିତ ଥିଲା, ବର୍ତ୍ତମାନ ସରକାରଙ୍କ ଆତ୍ମସମର୍ପଣ ନିୟମ, ସୁବିଧା ସୁଯୋଗ ଏବଂ ମାଓ ସଙ୍ଗଠନରେ ଦୁର୍ବଳ ନେତୃତ୍ୱ, ମାଓବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ଭଳି ସ୍ଥିତି ଯୋଗୁଁ ସେ ମାଓ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା ବିଷୟ ମମତା ପୁଲିସ ନିକଟରେ ସ୍ବୀକାର କରିଥିବା ଡିଆଇଜି ସୂଚନା ଦେଇଛନ୍ତି।ମମତା ଓରଫ ସୋନି ଆତ୍ମସମର୍ପଣ କରିବା ପରେ କୋରାପୁଟ  ମାଓ ମୁକ୍ତ ଜିଲ୍ଲା ହୋଇଥିବା ଡିଆଇଜି କେ ଭି ସିଂ ଘୋଷଣା କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)