February 22, 2025

ବେଲଗୁଣ୍ଠାରେ ବିକଶିତ ଗାଆଁ, ବିକଶିତ ଓଡ଼ିଶାର ଶୁଭାରମ୍ଭ 

Share

 

 

ବେଲଗୁଣ୍ଠା, 05/02, ଆଜି ସାରା ଓଡ଼ିଶାରେ ବିକଶିତ ଗାଆଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଠାରେ ଉଦ୍ଘାଟନ କରିଥିବା ବେଳେ ବେଲଗୁଣ୍ଠା ଠାରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ବିଡ଼ିଓ ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡ଼ିପିଓ ନଳିନୀ ମହାରଣା, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବନମାଳୀ ଶତପଥି, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁ କାଉନସିଲର୍, ବେଲଗୁଣ୍ଠା ପଂଚାୟତ ସମିତିର ଜିଲ୍ଳାପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ I ଗାଆଁର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ 2014 ମସିହାରେ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ I ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୂକୂଲ୍ଯରେ ଗ୍ରାମ ମାନଙ୍କର ବିକାଶ ପାଇଁ ପାଞ୍ଚ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି I ଏହାର ସୁବିନିଯୋଗ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା I ବିଶେଷ କରି ଗ୍ରାମ ସଡ଼କ ସଂଯୋଜନା,କ୍ଷୁଦ୍ର ଶିଳ୍ପର ବିକାଶ,କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ,ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସହକାରୀ ନିର୍ବାହି ଅଧିକାରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ କିରାଣୀ, କୃଷି ଅଧିକାରୀ, ଯୋଗାଣ ସହାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ