May 10, 2026

ଦଧିବାମନ ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ। 

IMG-20250205-WA0076
Share

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ବ୍ଲକ ପାଟବନ୍ଧ ଗ୍ରାମ ବାସୀ ମାନଙ୍କ ଦ୍ବାରା ତିନିଦିନ ଧରି ଦଧିବାମନ ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଅଛି।ପ୍ରଥମ ଦିବସରେ କଳସ ଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ପାଟବନ୍ଧ ଗ୍ରାମବାସୀ ତଥା ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ଆଜି ବୁଧବାର ଅଖଣ୍ଡ ମହାମନ୍ତ୍ର ଜପ ଚାଲୁରହିଛି।ଏହି ନାମଯଜ୍ଞ ରେ ପାଟବନ୍ଧ,ଗଡଖଲ,ତରବାଲୁଅ,ଭୂବନେଶ୍ୱର,ଟାଙ୍ଗିସାହି ଓ ନିଳକଣ୍ଠପ୍ରସାଦ,କୁମ୍ଭାରି କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି। ଶେଷ ଦିବସରେ ନଗର କୀର୍ତ୍ତନ ନାମଯଜ୍ଞ ସମାପନ ହେବବୋଲି ଗ୍ରାମବାସୀ କହିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।