November 14, 2024

ରେଡଷ୍ଟାର ପକ୍ଷରୁ ଶ୍ରମିକ ସଂଗଠନ ର ନେତୃତ୍ବକାରୀ ସାଥୀ ଙ୍କ କର୍ମଶାଳା

Share

ଭୁବନେଶ୍ୱର, ୫/୦୨. ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଇନକିଲାବ ଭବନରେ ଶ୍ରମିକ ସଂଗଠନର ଟିୟୁସିଆଇ ନେତୃତ୍ୱକାରୀ ପାର୍ଟି ସାଥୀ ମାନଙ୍କ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ କମ୍ରେଡ ଶଙ୍କର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସର୍ବଭାରତୀୟ ଉପ ସଭାପତି କମ୍ରେଡ ଆର ମାନସେୟା ଯୋଗଦେଇ କେନ୍ଦ୍ରୀୟ କମିଟି ର ନିଷ୍ପତ୍ତି, ଆଗାମୀ କାର୍ଯ୍ୟଭାର ସଂପର୍କରେ ସବିଶେଷ ଆଲୋଚନା କରିବା ସହ ଅଣ ସଂଗଠିତ ଶ୍ରମିକ ସଂଗଠନ ର ମଜୁରୀ ଏବଂ ଆଇନଗତ ଅଧିକାର ହାସଲ କରିବା ପାଇଁ ଏକ ଶକ୍ତିଶାଳୀ ଶ୍ରମିକ ସଂଗଠନ ଓ ଆନ୍ଦୋଳନ ର ଗୁରୁତ୍ୱାରୋପ କରିଥିଲେ। ଟିୟୁସିଆଇ ଏକ ସାଲିସ ବିହୀନ ଶ୍ରମିକ ସଂଗଠନ । କମ୍ରେଡ ଶିବରାମ ଏହାକୁ ଓଡ଼ିଶାରେ ପ୍ରତିଷ୍ଠା କରିବା ସହ ଶ୍ରମିକ ଆନ୍ଦୋଳନ କୁ ଦିଶା ପ୍ରଦର୍ଶନ କରିଥିଲେ କିନ୍ତୁ ତାଙ୍କ ଆବର୍ତମାନରେ ଶ୍ରମିକ ଆନ୍ଦୋଳନ କୁ ଦୁର୍ବାର କରି ଗଢି ତୋଳିବା ଓ ଟିୟୁସିଆଇ କୁ ପ୍ରତିଷ୍ଠା କରିବା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ଉପସ୍ଥାପନ କରିଥିଲେ। ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ମହାସଚିବ ପି ଜେ ଜେମ୍ସ ମଧ୍ୟ ଯୋଗଦେଇ ଶ୍ରମିକ ଆନ୍ଦୋଳନ ଏବଂ ଏକ ସାଲିସ ବିହୀନ କମ୍ୟୁନିଷ୍ଟ ପାର୍ଟି ର ଶ୍ରମିକ ସଂଗଠନ କୁ ଗଠନ କରିବାରେ ମୂଖ୍ୟ ଭୂମିକା ଓ ଗୁରୁଦାୟିତ୍ଵ ଉପରେ ବିଶେଷ ଆଲୋଚନା ରଖିଥିଲେ। ପାର୍ଟି ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଠିକା ଶ୍ରମିକ ବ୍ୟବସ୍ଥା କିପରି ଅମାନବୀୟ ତାହା ବହୁ ସାଥୀ ଉପସ୍ଥାପନ କରିଥିଲେ। ସର୍ବନିମ୍ନ ମଜୁରି ଆଇନ ୧୯୪୮ ଏବଂ ପେମେଣ୍ଟ ଅଫ୍ ଓ୍ବେଇଜସ ଆକ୍ଟ ୧୯୩୯ ସେକ୍ସନ ୫ ଓ ୬ ର କିପରି ଉଲଙ୍ଘନ ହେଉଅଛି ବର୍ଣ୍ଣନା କରିଥିଲେ। କେନ୍ଦ୍ରୀୟ କମିଟି କୁ ୨ ଜଣ ପ୍ରତିନିଧି କମ୍ରେଡ ଶଙ୍କର ଓ କମ୍ରେଡ ଶଶିରେଖା ଙ୍କୁ ପ୍ରେରଣ କରିବା ପାଇଁ ବୈଠକ ନିଷ୍ପତ୍ତି ନେଇଥିଲା ବେଳେ ଶଶିରେଖା, ପି ପାର୍ବତୀ, ରଞ୍ଜିତ, ଗୋବିନ୍ଦ ରାମ ସାହୁ, ତେଜରାମ ସାହୁ, ନିରାକାର, ସୀମାଞ୍ଚଳ, ଅନିଲ, ଯୋଗିନାଥ, ଶଙ୍କର୍ଷଣ ଜେନା, ପଦ୍ମନାଭ ମାର୍ଥା, ମିନତି ଭୋଇ ଓ ଶଙ୍କର ଙ୍କୁ ନେଇ ଏକ କୋଡିନେସନ କମିଟି ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଗଠନ କରାଯାଇଛି । ଏହାର କୋଡିନେଟର ଭାବେ କମ୍ରେଡ ଶଙ୍କର ଦାୟିତ୍ଵ ନିର୍ବାହ କରିବେ । ଏହି ବୈଠକରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ଘରୋଇ ମହିଳା ଶ୍ରମିକ ୟୁନିଅନ, ମନରେଗା ଶ୍ରମିକ ୟୁନିଅନ, ସିକ୍ୟୁରିଟି କର୍ମଚାରୀ ୟୁନିଅନ, ଓମଫେଡ ଶ୍ରମିକ ୟୁନିଅନ,ଓସିସି କର୍ମଚାରୀ ଆଦି ବହୁ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ କମ୍ରେଡ ହେନା ବିପ୍ଳବୀ ସଂଗୀତ ପରିବେଷଣ କରିଥିଲେ।