November 23, 2024

ନିଯୁକ୍ତି ନାମରେ ଆଦିବାସୀ ମହିଳାଙ୍କ ଠାରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ଠକେଇ ମାମଲାରେ ୨ଗିରଫ…

Share

 

ବ୍ରାହ୍ମଣୀଗାଁ ୫/୨: ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଆଦିବାସୀ ମହିଳାଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣକୁ ଗିରଫ କରିକୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ପୋଲିସ l ଗିରଫ ଦୁଇ ଜଣ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବି. ରାମଚନ୍ଦ୍ର ପୁର ର ଅଞ୍ଚଳର ଗଣେଶ ଭୋଇ ଓ ଦାସ ବିଦ୍ୟାଧରପୁର ଗ୍ରାମର କୁମାର ନାୟକ ସୂଚନା ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଦୁଇ ଜଣ ୨୦୨୦ ମସିହାରେ ନିଜକୁ ଭୁବନେଶ୍ୱର ବୟନ ଶିଳ୍ପ ବିଭାଗ କାର୍ଯ୍ୟ ସମ୍ପର୍କରେ ବୁଝାଇ ସେମାନେ ବୁଣାକାର ସମବାୟ ସମିତି ଭୁବନେଶ୍ୱର ସ୍ଥିତ (ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋ-ଅପରେଟିଭ ମ୍ୟାନେଜ ମେଣ୍ଟ ) ର କର୍ମଚାରୀ ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ,ମୁଣ୍ଡୁଲାବାଲି ଡକରବାଡ଼ି ସମେତ ବିଭିନ୍ନ ଗ୍ରାମରେ ନିରୀହ ଆଦିବାସୀ ମହିଳାଙ୍କୁ ବୁଣାକାର ସମବାୟ ସମିତିରେ ନିଯୁକ୍ତି ଦେବା କୁ କହି ୧୦ଜଣ ଲେଖାଏଁ ମହିଳାଙ୍କୁ ନେଇ ଗୋଟିଏ ଗୋଟିଏ ଗ୍ରୁପ ଗଠନ କରିବାକୁ କହିଥିଲେ l ଗ୍ରୁପ ଗଠନ ପରେ ମହିଳାମାନଙ୍କୁ ଚାକିରୀ ଦେବା ସହ ବୀମା , ଗାଡି, ଘର,ମୋବାଇଲ, ସିଲେଇ ମେସିନ ଦିଆଯିବା ନେଇ ବୋଲି ପ୍ରଲୋଭିତ କରି ଦାରିଙ୍ଗବାଡି ବ୍ଲକର ପ୍ରାୟ ୨୮୦ ମହିଳା ଗ୍ରୁପଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ l ଏପରିକି ଟଙ୍କା ନେବା ପୂର୍ବରୁ ମହିଳା ମାନେ ତାଙ୍କୁ ବିଶ୍ୱାସ କରିବା ପାଇଁ ଭୁବନେଶ୍ୱର ନେଇ ଏକ ସୁତାକଳ କୁ ବୁଲାଇ କିଭଳି ସୂତା କଳ ରେ କାମ ହୁଏ ତାହା ବୁଝାଇ ଥିଲେ ଓ ତାହା ତାଙ୍କର ଅଫିସ ବୋଲି କହିଥିଲେ l ତେବେ ସେଠାରୁ ଫେରିବା ପରେ ଟଙ୍କା ନେବା ପରେ ସେମାନେ ଆଉ ମହିଳାମାନଙ୍କ ଫୋନ ରିସିଭ କରିନଥିଲେ l ଯାହାଫଳରେ ବ୍ଲକର ମହିଳା ଗ୍ରୁପ ସଦସ୍ୟମାନେ ବାଧ୍ୟ ହୋଇ ଦାରିଙ୍ଗବାଡ଼ି ଥାନାରେ ଏନେଇ ୨୦୨୧ ସେପ୍ଟେମ୍ବର ମାସ ୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ଦାରିଙ୍ଗବାଡ଼ି ଥାନାରେ କେଶ ନମ୍ବର ୧୯୮/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ କୌଶିକ ମାଝୀ ଘଟଣାର ତଦନ୍ତ ଜାରି ରଖିଥିଲେ ଗତକାଲି ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ତରଫରୁ ସୂଚନା ମିଳିଛି l(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)