ବ୍ରାଉନ ସୁଗାର ଜବତ, 2 ଗିରଫ
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଧଳା ଜହରର ହବ କାରବାର ଖୋର୍ଦ୍ଧା ସହର ପାଲଟିଥିବା ବେଳେ ପୋଲିସ ର ରୀତିମତ ଚଢ଼ାଉ କରାଯାଇ ବ୍ରାଉନ ସୁଗାର ମାଫିଆ ଙ୍କୁ ଧର ପଗଡ଼ କରି ଜେଲ ହାଜତ କୁ ପଠାଯାଇଛି। ଫଳରେ ମାଫିଆ ମାନେ ଖୋର୍ଦ୍ଧା ସହର ଛାଡି ଗ୍ରାମାଞ୍ଚଳ ରେ କାରବାର କରିବା ସହ ଟାଙ୍ଗୀ ଅଂଚଳ ରେ କାୟା ବିସ୍ତାର କରି ଆସୁଥିଲେ। ଟାଙ୍ଗୀ ଅଂଚଳ ରେ ଧଳା ଜହର କାରବାର ଫଳରେ ଯୁବ ପିଢ଼ି ପଥ ଭ୍ରଷ୍ଟ ହେଉଥିଲେ, ଏନେଇ ପୋଲିସ ରେ ବାରମ୍ବାର ଅଭିଯୋଗ ହୋଇଥିଲା,,, ଫଳରେ ପୋଲିସ ଧଳା ଜହର ମାଫିଆ ଙ୍କୁ ଧରିବା ପାଈଁ ଅଣ୍ଟା ଭିଡ଼ିଥିଲା। ଟାଙ୍ଗୀ ଥାନା କୁହୁଡି ତଳ ଗଡ଼ ବେଣୀ ପଥର ନିକଟରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖବର ପାଇଥିଲା ଟାଙ୍ଗୀ ପୋଲିସ,ଖବର ପାଇବା ପରେ ଟାଙ୍ଗୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ରେଡ ଅଭିଯାନ। ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ ଚଣ୍ଡେଶ୍ୱର ବେଣୀପଥର ନିକଟରେ ଏକ ଭଙ୍ଗା କୁଡ଼ିଆରେ ଟାଙ୍ଗୀ ପୋଲିସ ଅତର୍କିତ ଚଢ଼ାଉ କରିଥିଲା, ଚଢ଼ାଉ କରି ୧୧ ଗ୍ରାମ ବ୍ରାଉନ ସୁଗାର ସହ ଦୁଇ ମୋଟର ସାଇକେଲ ଜବତ କରିଥିଲା। ଏହା ସହ ମାଫିଆ ମାନେ ବିକ୍ରି କରିଥିବା ୪୦ ହଜାର ଟଙ୍କା ଓ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଥିଲା ଟାଙ୍ଗୀ ପୋଲିସ। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୧ ଲକ୍ଷ ଟଙ୍କା ରୁ ଅଧିକ ହେଵ ବୋଲି ଟାଙ୍ଗୀ ଥାନା ପରିସରରେ ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ସଂଜୟ କୁମାର ପଟନାୟକ। ଗିରଫ ଦୁଇ ଅଭିଯୁକ୍ତ ହେଲେ ନଜିତ ଖାଁ ଓ ଅନିଲ ଜେନା ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ତଦନ୍ତ କରୁଛି ଟାଙ୍ଗୀ ପୋଲିସ,,, ଆଗକୁ ଚଢ଼ାଉ ଜୋରଦାର ହେଵ ବୋଲି ସୂଚନା ଦେଇଛନ୍ତି SDPO ଶ୍ରୀ ପଟନାୟକ।
