March 11, 2026

ପାରଳାଖେମୁଣ୍ଡି ଶ୍ରୀ ରଘୁନାଥ ମନ୍ଦିର ଠାରେ ଷୋହଳ ଖଣ୍ଡ ଗୋପାଳ ସମାଜର ଗଜପତି ଜିଲ୍ଲା ଉନ୍ନୟନ କମିଟି ଗଠିତ 

IMG-20260105-WA0016
Share

 

 

ପାରଳାଖେମୁଣ୍ଡି:୫/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗୋପାଳ ସମାଜର ବିଭିନ୍ନ ସମସ୍ଯା , ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା. ପରେ ସର୍ବସମ୍ମତିକ୍ରମେ ଗଜପତି ଜିଲ୍ଲା ଗୋପାଳ ସମାଜର ଉନ୍ନୟନ କମିଟି ଗଠିତ ହୋଇଛି । ବିଜୟ କୁମାର ଗୌଡଙ୍କୁ ଉନ୍ନୟନ କମିଟିର ସଭାପତି ଭାବରେ ଚୟନ କରିଥିବା ବେଳେ ସମ୍ପାଦକ ଭାବରେ ସୂର୍ଯ୍ୟ ନାରାୟଣ ମହାଙ୍କୁଡ, ସୁବାସ ଚନ୍ଦ୍ର ମହାଙ୍କୁଡଙ୍କୁ କୋଷାଧକ୍ଷ ଭାବରେ ମନୋନୀତ କରାଯାଇଛି । ଏଥିସହ କମିଟିରେ ୬ ଜଣ ସଭ୍ୟଙ୍କୁ ମଧ୍ୟ ମନୋନୀତ କରାଯାଇଥିବା ସମାଜ ପକ୍ଷରୁ କୁହାଯାଇଛି । ଏହି କମିଟି ସମାଜର ବିଭନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସମନ୍ଵୟ ରକ୍ଷା କରିବ ।