March 11, 2026

ପାରଳା ବିଧାୟକ ରୁପେଶ ପାଣିଗ୍ରାହି ନୂତନ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ  

IMG-20260105-WA0011
Share

 

ପାରଳାଖେମୁଣ୍ଡି୫/୧(ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି. ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀ ମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ହୋଇ ଥିବାରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପାରଳା ବିଧାୟକ ଅନୁରୋଧ କରିଥିଲେ। ବିଶେଷ କରି ଜିଲ୍ଲାପାଳ ପଦବି ଜଣେ ଆଇଏଏସଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।