April 21, 2025

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରୁ ୧.୨୧ କୋଟି ହଡପ କରି ଫେରାର ଥିବା ଠକ ବ୍ୟାଙ୍କ ମ୍ୟାନେଜର ୭ ମାସ ପରେ ଗିରଫ     

Share

 

 

ପାରଳାଖେମୁଣ୍ଡି:୪/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ୧.୨୧ କୋଟି ଟଙ୍କା ହଡପ କରି ଗିରଫ ଭୟରେ ଫେରାର ଥିଲେ. ଏହି ଠକ ମ୍ୟାନେଜରକୁ ଗିରଫ କରିବା ପାଇଁ ଗଜପତି ପୋଲିସ ଜାଲ ବିଛାଇ ତଦନ୍ତ ଚଳାଇ ଥିଲେ. ବର୍ତ୍ତମାନ ୭ ମାସ ପରେ ଏହି ଠକ ବ୍ୟାଙ୍କ ମ୍ୟାନେଜରକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି ଏହି ଠକ ବ୍ୟାଙ୍କ ମ୍ୟାନେଜରଙ୍କ ନାମ ଦୁର୍ଯ୍ୟୋଧନ ପଟେଲ. ତାଙ୍କୁ କାଶୀନଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କାଶୀନଗର ଥାନା ଅଧୂକାରୀ ସୁନିଲ ବେହେରା ସୂଚନା ଦେଇଛନ୍ତି ପୁଲିସର ସୂଚନା ପଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ଜମାକାରୀଙ୍କ ଟଙ୍କା ହେରଫେର ହୋଇଥିବା ଜାଣିବା ପରେ ଆଞ୍ଚଳିକ ବ୍ୟାଙ୍କର ମ୍ୟାନେଜର ଲକ୍ଷ୍ମୀନାରାୟଣ ସାମଲ ଗତ ଏପ୍ରିଲ ମାସରେ କାଶୀନଗର ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଏଥିରେ କାଶୀନଗର ବ୍ୟାଙ୍କ ମ୍ୟାନେଜର ସମ୍ପୂକ୍ତ ଥିବା ଯୋଗୁଁ ଗିରଫ ଭୟରେ ଫେରାର ଥିଲେ. ପରେ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇ ତଦନ୍ତ ଚାଲୁ ରଖାଯାଇଥିଲା। ଏଥି ଅନୁଯାୟୀ ଅଭିଯୁକ୍ତ ଠକ ବ୍ୟାଙ୍କ ମ୍ୟାନେଜର ଦୁର୍ଯ୍ୟୋଧନ ପଟେଲଙ୍କୁ ତାଙ୍କ ନିଜ ଗ୍ରାମ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ଗୌଡ଼ ଛେଣ୍ଡିଆ ଗ୍ରାମର ବାସଭବନରୁ କାଶୀନଗର ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି