“ବସୁଧୈବ କୁଟୁମ୍ବକମ୍”. “ଆମ ପରିବେଶ ଆମ ଦାୟିତ୍ବ “
ବୋଲଗଡ଼,(ଉପାନ୍ତ ଖବର): ବର୍ତ୍ତମାନ ସାମ୍ପ୍ରତିକ ସ୍ଥିତିରେ ସାରା ବିଶ୍ୱ ଯେଉଁଭଳି ଗୁରୁତର ସମସ୍ୟା ଦେଇ ଗତିକରୁଛି ତାର ମୁଖ୍ୟ କାରଣ ଆମ ମଣିଷ ସମାଜ।
ଜଙ୍ଗଲ କ୍ଷୟ , ଜନ ସଂଖ୍ୟା ବୃଦ୍ଧି , ଦୃତ ଶିଳ୍ପାୟନ , ଯାନବାହାନର ବୃଦ୍ଧି ତଥା ଏୟାର କଣ୍ଡିସନର ବହୁଳ ବ୍ୟବହାର ଯୋଗୁଁ ପୃଥିବୀ ପୃଷ୍ଠରେ ଅଙ୍ଗାରକାମ୍ଳ ଏବଂ ବିଭିନ୍ନ ବିଷାକ୍ତ ଗ୍ୟାସ୍ ର ପରିମାଣ ବୃଦ୍ଧି ଘଟି ବିଶ୍ଵ ତାପମାତ୍ରାକୁ ଅସ୍ବାଭାବିକ ଭାବରେ ବୃଦ୍ଧି କରିଚାଲିଛି।
ଏବଂ ଏହି କ୍ରମାଗତ ବର୍ଦ୍ଧିତ ବିଶ୍ଵ ତାପମାନ
ଯୋଗୁଁ ବିଶ୍ଵ ଜଳବାୟୁ ସନ୍ତୁଳନ ରକ୍ଷା କରି ନପାରି ପରିବର୍ତ୍ତନ ହୋଇଚାଲିଛି । ଅମ୍ଳଜାନ ର ଅଭାବ ହେଉଛି। ଜଳ ସଙ୍କଟ ,ବାୟୁ ପ୍ରଦୂଷଣ,ବିଭିନ୍ନ ପ୍ରକାରର ରୋଗର ଆଗମନ ଏବଂ ବିଭିନ୍ନ ପ୍ରକାର ର ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ବଢ଼ି ଚାଲିଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ହିମ ପାହାଡ ତରଳି ଚାଲିଛି। ଏବଂ ଏହାର ଭୟାବହତା ସମସ୍ତଙ୍କୁ ଜଣାଅଛି। ତେଣୁ
ଏହାର ନିରାକରଣ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ ର ଆବଶ୍ୟକତା ରହିଛି।
ବନୀକରଣ, ବନସୁରକ୍ଷା ସହିତ ଜନସଂଖ୍ୟା ନୀୟତ୍ରଣ ପ୍ରତି ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ। ଖାଲି ଯେ ସରକାର, ଶିଳ୍ପ ଗୋଷ୍ଠୀ ଏବଂ ବିଭିନ୍ନ ସାମାଜିକ ସ୍ଵେଚ୍ଛାସେବୀ ସଂଗଠନ ଏହାର ଉତ୍ତର ଦାୟି ତାହା ଆମେ ଭାବିବା ଉଚିତ୍ ନୁହେଁ। ବରଂ ଏଭଳି ସଂକଟର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତିର ସମାଜ ପ୍ରତି କିଛି ଦାୟିତ୍ୱବୋଧ ହିସାବରେ କିଛି କିଛି ବୃ୍ଷରୋପଣ କରିବା ଆବଶ୍ୟକ। ଏବଂ ନିଜର ସନ୍ତାନ ମାନଙ୍କ ପରି ଯତ୍ନ ନେବା ସହିତ ଏହାକୁ ଆମର ସମାଜ ପାଇଁ ମୌଳିକ କର୍ତ୍ତବ୍ୟ ବୋଲି ଧରିବାକୁ ପଡ଼ିବ। ପରିବେଶକୁ ସବୁଜ ଓ ସ୍ୱଚ୍ଛ ରଖି ସୁସ୍ଥ ପରିବେଶ ଗଠନ କରିବାକୁ ପଡ଼ିବ। କାରଣ ଆମ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ଏବଂ ଆମେ ସୁସ୍ଥ ରହିଲେ ଆମ ପରିବାର ର ଉନ୍ନତି ସହିତ ସମାଜର ଉନ୍ନତି ପାଇଁ କାମ କରିପାରିବା ।
ବର୍ତ୍ତମାନର ସାମ୍ପ୍ରତିକ ସ୍ଥିତିରେ ପୃଥିବୀ ପୃଷ୍ଠରେ ବୃକ୍ଷ ସଂଖ୍ୟା ବୃଦ୍ଧି ହୋଇପାରିଲେ ମାତା ଧରଣୀ ରାଣୀର ଉଜୁଡ଼ି ଯାଇଥିବା ସବୁଜ ବଳୟକୁ ଫେରି ପାଇ ପାରିବ।ଯାହା ଫଳରେ ବାୟୁ ମଣ୍ଡଳରେ ଭରି ରହିଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ଯାହା ମାନବ ସମାଜ ପାଇଁ କ୍ଷତି କାରକ ତାହା ଅବଶୋଷଣ ହେବା ସହିତ ପ୍ରାଣବାୟୁ ଅମ୍ଳଜାନ ର ବୃଦ୍ଧି ହୋଇ ପାରିବ।ତତ୍ ସହିତ ବାୟୁ ପ୍ରଦୂଷଣ ମଧ୍ୟ କମିବ।ବିଶ୍ଵ ତାପମାତ୍ରା କମିବ। ଆମ ପୃଥିବୀର ପରିବେଶ ଏବଂ ଜଳବାୟୁ ଚାପମୁକ୍ତ ଏବଂ ସନ୍ତୁଳିତ ରହିବ ।
ଯାହା ଫଳରେ କି ଆମ୍ଭେମାନେ ସମସ୍ତେ ସୁସ୍ଥ, ସୁରକ୍ଷିତ ଏବଂ ସୁଖ ଶାନ୍ତିରେ ଜୀବନଯାପନ କରିପାରିବା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।