ରୋକ ଲାଗୁନି ଚୋରା ବାଲି ଚାଲାଣ ପ୍ରଶାସନକୁ ବାଲି ମାଫିଆଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ
ବାଲେଶ୍ବର ( ଦେବାଶିଷ ଦାଶ )
ଦିନ ଦିପହରେ ଓଡ଼ିଶା ସୀମା ଡେଇଁ ପଶ୍ଚିମବଙ୍ଗକୁ ଯାଉଛି ବାଲି ବୋଝେଇ ହାଇୱା। ସକାଳଠାରୁ ପ୍ରାୟ ୩୦ରୁ ଅଧିକ ଗାଡ଼ି ସୀମା ପାର୍ ହୋଇଥିବା ଅଭିଯୋଗ। ହେଲେ ଗାଡ଼ି ରୋକିବାକୁ ଘଟଣାସ୍ଥଳରେ ନା ପୁଲିସ ଅଛି, ନା ଖଣି ବିଭାଗର କୌଣସି ଅଧିକାରୀ। ଫଳରେ ପ୍ରଶାସନର ନାକ ତଳେ ଚାଲିଛି ବେଧଡ଼କ ବାଲି ଚାଲାଣ। ଉଦୟପୁର ସୀମାରେ ଦିନ ଦିପହରେ ଚାଲିଛି ବାଲିର ବେଧଡ଼କ ଚାଲାଣ। ଓଡ଼ିଶାରୁ ବାଲି ବୋଝେଇ ହାଇୱା ଗାଡ଼ି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଦୃଶ୍ୟ ଏବେ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଅଭିଯୋଗ ଅନୁସାରେ, ଆଜି ସକାଳଠାରୁ ପାଖାପାଖି ୩୦ରୁ ଅଧିକ ବାଲି ବୋଝେଇ ହାଇୱା ସୀମା ପାର୍ ହୋଇ ପଶ୍ଚିମବଙ୍ଗ ଯାଇସାରିଲାଣି। ଗୋଟିଏ ପରେ ଗୋଟିଏ ହାଇୱା ରାସ୍ତାରେ ଯାଉଥିବା ବେଳେ ଏହାକୁ ରୋକିବା କିମ୍ବା ଯାଞ୍ଚ କରିବା ପାଇଁ ଘଟଣାସ୍ଥଳରେ ପୁଲିସ କିମ୍ବା ଖଣି ବିଭାଗର କର୍ମଚାରୀ ନଥିବା ଅଭିଯୋଗ ହୋଇଛି।ଏହାର ସୁଯୋଗ ନେଇ ବାଲି ବୋଝେଇ ଗାଡ଼ିଗୁଡ଼ିକ ନିର୍ଭୟରେ ସୀମା ପାର୍ ହେଉଥିବା ଅଭିଯୋଗ ହୋଇଛି। ଦିନ ଦିପହରେ ଏଭଳି ଭାବେ ବାଲି ଚାଲାଣ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗର ନଜର ନପଡ଼ିବା ନେଇ ଉଠିଛି ପ୍ରଶ୍ନ। ବାଲି ଚୋରାଚାଲାଣ ଯୋଗୁଁ ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବା ବେଳେ ନଦୀ ଓ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ଅଭିଯୋଗ ରହିଛି। ତେବେ ସୀମାନ୍ତ ଅଞ୍ଚଳରେ ଏଭଳି ଖୁଲମଖୁଲା ବାଲି ଚାଲାଣକୁ କିଏ ଅନୁମତି ଦେଉଛି, ତାହା ଏବେ ବଡ଼ ପ୍ରଶ୍ନ।
ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳରେ ଯାଞ୍ଚ କରି ବାଲି ଚାଲାଣର ତଥ୍ୟ ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନ ହୋଇଥିଲେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। ପ୍ରଶ୍ନ ଉଠୁଛି—ପ୍ରଶାସନର ଆଖି ସାମ୍ନାରେ ଏଭଳି ବାଲି ଚାଲାଣ କେତେଦିନ ଚାଲିବ? ସରକାରଙ୍କ ରାଜସ୍ୱ ସୁରକ୍ଷା ପାଇଁ ପ୍ରଶାସନ କେବେ ନେବ କାର୍ଯ୍ୟ ???
