March 12, 2026

ଛତିଶଗଡ଼ ସୀମାନ୍ତ ରେ ସମିତି ସଭ୍ୟା ସଭ୍ୟଙ୍କ ମାସିକ ବୈଠକ ଅନୁଷ୍ଠିତ

IMG-20251004-WA0073
Share

 

 

 

କୋରାପୁଟ ଜ଼ିଲ୍ଲା ର ଛତିଶଗଡ଼ ସୀମାନ୍ତ ରେ ଥିବା ଗ୍ରାମ ପଞ୍ଚାୟତ ଚାନ୍ଦିଲି ଠାରେ ସମିତି ସଭ୍ୟାସଭ୍ୟଙ୍କ ମାସିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି. ଦଶହରା ପାର୍ବଣ ଚାଲିଥିବାରୁ ପରସ୍ପର ମଧ୍ୟରେ ସୂବେଚ୍ଛା ଜଣାଇ ବୈଠକ ଆରମ୍ଭ ହୋଇଥିଲା. ପଦଉନ୍ନତି ପାଇଁ ନୂତନ ଭାବରେ ଦାଇତ୍ୱ ନେଇ ଥିବା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସତ୍ୟ ନାରାୟଣ ସେଠିଙ୍କୁ ସମସ୍ତ ଜନ ପ୍ରତି ନିଧି ସ୍ୱାଗତ ଜଣାଇଥିଲେ. ସରକାର ଙ୍କ ଯୋଜନା କୁ ଜନ ସାଧାରଣ ଙ୍କ ନିକଟରେ ପହଁଞ୍ଚେଇବା. ସ୍ଥାନୀୟ ଠିକାଦାର ଙ୍କୁ ଅଣ ଦେଖା ନ କରିବା. କେତେକ କର୍ମଚାରୀ ନିୟମିତ କାର୍ଯାଳୟ କୁ ଠିକ ସେ ଆସୁ ନ ଥିବାରୁ ବିଭିନ୍ନ ବିଭାଗର କାମ ମନ୍ଥର ଗତିରେ ଚାଲୁଛି ସେଥି ପ୍ରତି ଧ୍ୟାନ ଦବା. ବ୍ଲକ ପରିସର ରେ ଦୀର୍ଘ ବର୍ଷ ଧରି ଶୌଚାଳୟ ନିର୍ମାଣ ହୋଇଛି କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯକ୍ଷମ ହୋଇନାହିଁ ତେଣୁ ଅଞ୍ଚଳ ର ସମସ୍ୟା କୁ ଗଣ ମାଧ୍ୟମ ଜରିଆରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଉକ୍ତ ବୈଠକ ରେ ଆଲୋଚନା ହୋଇଥିବାର ଜଣାଯାଇଛି I ବ୍ଲକ ଅଧକ୍ଷା ଶ୍ରୀମତୀ କମଳା ଭତରା. ଉପାଧକ୍ଷ ଶ୍ରୀ ତପନ ପାଣିଗ୍ରାହୀ ବରିଷ୍ଠ ସଭ୍ୟ ଶୁକଦେବ ବିଡାର. ପ୍ରତାପ ସାହୁ. ଗୁରୁନାଥ ହରିଜନ. ସଭ୍ୟା ଶ୍ରୀଦେବୀ ରାଓ.ମେଲକା ଯାଈଫୁଲ. ଜଗଦୀଶ ଭତରା ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର