October 5, 2024

ଶାରଳା ମନ୍ଦିର ନୀତିକାନ୍ତିରେ ଘିଅ ବିଭ୍ରାଟ !ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ସେବାୟତ !!

Share

 

ତିର୍ତ୍ତୋଲ ::-ମା’ଶାରଳାଙ୍କ ନୀତିକାନ୍ତିରେ ବ୍ୟବହୃତ ଘିଅ ଭେଜାଲ ବୋଲି ସର୍ବତ୍ର ପ୍ରଚାରିତ ହୋଇଗଲା ପରେ, ସହକାରୀ ଜିଲ୍ଲାପାଳ ତୁରନ୍ତ ଯାଞ୍ଚ କରାଇବାକୁ ନିଷ୍ପତ୍ତି ନେଲେ !ଯାହା ଶାରଳା ମନ୍ଦିର ଇତିହାସରେ ଅତି ନିନ୍ଦନୀୟ ଘଟଣା ଭାବେ କଥାଟା ଜଣାପଡିଗଲା !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ପ୍ରସିଦ୍ଧ ଦୈବୀ ପୀଠ ଝଙ୍କଡ଼ବାସିନୀ ମା’ଶାରଳା ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ପରିପ୍ରେକ୍ଷୀରେ ,ସର୍ବସାଧାରଣଙ୍କ ପାଇଁ ମାଆଙ୍କ ମଣ୍ଡାପିଠା ଭୋଗ ପ୍ରସ୍ତୁତ ହେଉଥିବା ବେଳେ, ଏଥିରେ ବ୍ୟବହୃତ ହେଉଥିବା ଓମ୍ଫେଡ୍ ଘିଅ ଅତି ନିମ୍ନ ମାନର ବୋଲି ଅଭିଯୋଗ ଆସିଥିଲା। ଖବର ପାଇ ଜଗତସିଂହପୁର ଜିଲ୍ଲା ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଜେନା, ସଙ୍ଗେ ସଙ୍ଗେ ଏଡିଏମ୍ ଙ୍କୁ ଜଣାଇବା ସହିତ ଫୁଡ ଇନ୍ସପେକ୍ଟର ସସ୍ମିତା ଦାସ ଙ୍କୁ ଏହି ଘିଅ ର ଯାଞ୍ଚ ପାଇଁ ଖବର ଦେଇଥିଲେ। ତାଙ୍କ ନେତୃତ୍ଵରେ ଏକ ଚାରି ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି, ଦୁଇପ୍ରକାରର ଘିଅ ର ସାମ୍ପୂଲ୍ ନେଇ, ପରୀକ୍ଷା ନିରୀକ୍ଷା କରୁଥିବା ବେଳେ, ନୂଆପଡ଼ା ଓମଫେଡ ପ୍ଲାଣ୍ଟ ରୁ ସାରଳା ମନ୍ଦିର କୁ ଆସିଥିବା ଘିଅ ଟିନଣ ଉପରେ, ଆମଦାନୀ ଓ ଅବଧି ର ଶେଷ ସମୟ ତାରିଖ ଉଲ୍ଲେଖ ନଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ମାଆଙ୍କ ପଣ୍ଡା ସେବକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ କିଛି ସମୟ ପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି। ସୂଚନା ଯୋଗ୍ୟ ବହୁ ବର୍ଷ ପୁର୍ବରୁ ସାରଳା ମନ୍ଦିରରେ ବିଶୁଦ୍ଧ ଗାଈଘିଅ ରେ ନୀତିକାନ୍ତି କରାଯାଉଥିଲା ମାତ୍ର ଏହାର ଶଙ୍କଟ ଦେଖାଯିବାରୁ, ମନ୍ଦିର ପ୍ରଶାସନ ତରଫରୁ, ସରକାରୀ ଓମ୍ଫେଡ ଘିଅ କୁ ବ୍ୟବହାର କରିବା ପାଇଁ, ନିଷ୍ପତି ନିଆଯାଇ ଥିଲା। ସେହିଦିନ ଠାରୁ ଓମ୍ ଫେଡ ଘିଅ ର ପ୍ରଚଳନ କରାଯାଉ ଥିଲେ ମଧ୍ୟ କେବେ ବି ଏହାର ଶୁଦ୍ଧତା ଠିକ୍ ଅଛି କି ନାହିଁ, ତାହାର ଅନୁଧ୍ୟାନ ବା ସଠିକ ଭାବେ ଯାଞ୍ଚ କରାଯାଉ ନଥିଲା। ତେଣୁ ପ୍ରଶାସନ ର ଉପର ଠାଉରିଆ ଓ ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଏପରି ନକଲି ଘିଅ ର ବ୍ୟବହାରକୁ ସାଧାରଣରେ ନାପସନ୍ଦ କରଯାଇଛି।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!