October 5, 2024

ଶାରଦୀୟ ଦୁର୍ଗାପୂଜା ଅବସରରେ ଭବାନୀପାଟଣା ଉତ୍ସବ ମୁଖର..

Share

 

ଭବନୀପାଟଣା(ଧୀରଜ ଆଚାର୍ଯ୍ୟ) ଶାରଦୀୟ ଦୁର୍ଗା ପୂଜା ଅବସରରେ ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ସହରର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମନରେ ଅନେକ ଉତ୍ସାହ ଦେଖାଦେଉଛି। ସହରରେ ମୁଖ୍ୟତଃ ଆଠ, ନଅଟି ସ୍ଥାନରେ ଭବ୍ୟ ଆକାରରେ ପୂଜା ମଣ୍ଡପ ମାନ ନିର୍ମାଣ କରାଯାଉଛି। ସହରର ନାକଟିଗୁଡା ପୂଜା କମିଟି ତରଫରୁ କଳସ ଯାତ୍ରା କରାଯାଇ ଶାରଦୀୟ ନବରାତ୍ର ପୂଜାରମ୍ଭ କରାଯାଇଛି ଏବଂ ଏହା ପରେ ବିଭିନ୍ନ ପୂଜା ମଣ୍ଡପରେ ପୂଜାରମ୍ଭ ହେବ। ଏହି ଶାରଦୀୟ ନବରାତ୍ରରେ ମୁଖ୍ୟତଃ ନବମୀ ଦିନ ପାଇଁ କଳାହାଣ୍ଡି ବାସି ଭାରି ଉତ୍ସାହିତ। କାରଣ ସେହି ଦିନ କଳାହାଣ୍ଡିର

ଇଷ୍ଟଦେବୀ ମାଁ ମାଣିକେଶ୍ବରୀଙ୍କର ଛତ୍ର ଯାତ୍ରା ଅନୁଷ୍ଠିତ ହେବ ଓ ଦଶମୀ ଦିନ ଦଶହରା ଉତ୍ସବ ଅନୁଷ୍ଠିତ ହେବ। ଏହି ଦୁର୍ଗାପୂଜା ଓ ମାଁ’ମାଣିକେଶ୍ବରୀଙ୍କ ଛତ୍ର ଯାତ୍ରା ଅବସରରେ ସମସ୍ତ ଓଡିଶା ବାସୀଙ୍କୁ ଶୁଭେଚ୍ଛା।