November 26, 2024

୨୫ ଗୋଟି ସାଇଜ ଶାଳ କାଠ ଗାଡି ଜବତ କରିବା ସହ ଦୁଇଜଣ ଗିରଫ .. 

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଡ଼ାରି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରେଞ୍ଜର ଦିଲୀପ କୁମାର ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ରେ ଗୁଡ଼ାରି ବନପାଳ ହରିଶ୍ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ବନରଖି ଗୁରୁପ୍ରସାଦ ପାତ୍ର, ସିମାଞ୍ଚଳ ପଟନାୟକ,ପରା ଓ ଆଇପିସିଇଏ ସ୍କୁଆଡ଼ କରାସିଂ ଛକରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସକାଳ ୫ ଘଣ୍ଟା ସମୟରେ କଦମା – ଲଦିଗୁଡା ପଟରୁ ଏକ ଧଳା ରଙ୍ଗର ମେକ୍ସପିକପ ଗାଡି ନମ୍ବର ଓଡ଼ି ୩୩ ଜେଡ ୮୧୪୦ ନମ୍ବର ବିଶିଷ୍ଟ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇଥିଲେ । ଗାଡିକୁ ତଦନ୍ତ ବେଳେ ୨୫ଗୋଟି ସାଇଜ ଶାଳ କାଠ ସହ ଗାଡି ଜବତ କରିବା ସହିତ ଦୁଇଜଣ ଡ୍ରାଇଭ ସହ ଗାଡି ମାଲିକ ଜୟନ୍ତ ପଲକା ୪୧ ଓ ସାହେବ ଗାଣ୍ଟା  ୨୭ ଗ୍ରାମ ସାକାରବାଜୁ l ଆସାମୀଙ୍କୁ ଗୁଡାରି ବନବିଭାଗ କେସ ନମ୍ବର ୧୦୭/୨୦୨୪-୨୫ ଅଣ୍ଡେର ସେକ୍ସନ ଓଟିଟି ରୁଲସ ୧୯୮୦ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଗୁଡାରି ବନାଞ୍ଚଳ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed