June 26, 2024

ହାଟଡ଼ିହି ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Share

ହାଟଡ଼ିହି ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

ହାଟଡ଼ିହି ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ । ବିଶିଷ୍ଟ ଯୁବ ସାହିତ୍ୟିକ ତଥା ସୁଦକ୍ଷ ପ୍ରଶାସନିକ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ହାଟଡ଼ିହି ବ୍ଲକ ର ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ସେ ଜଣେ ଦକ୍ଷ, ମେଳାପୀ, କର୍ତ୍ତବ୍ୟନିଷ୍ଠ ଓ ସୁସାହିତ୍ୟିକ ରୂପେ ତାଙ୍କର ସୁଖ୍ୟାତି ରହିଛି। ଆଜି ଅପରାହ୍ନ ରେ ପୂର୍ବତନ ବିଡ଼ିଓ ବିନିତା ବିଜୟିନୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ବ୍ଲକ ତରଫରୁ ସମସ୍ତ କର୍ମଚାରୀ ଓ ବ୍ଲକ ଅଧ୍ୟକ୍ଷା ଏବଂ ହାଟଡ଼ିହି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।                                                                                                                                                                      କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।