June 26, 2024

ବାଲେଶ୍ଵର ଜିଲ୍ଲାରେ ଗଡ଼ିଲା ସାଇବର ସୁରକ୍ଷା ରଥ*

Share

*ବାଲେଶ୍ଵର ଜିଲ୍ଲାରେ ଗଡ଼ିଲା ସାଇବର ସୁରକ୍ଷା ରଥ*

*ସଚେତନ ହେଲେ, ରୋକି ହେବ ସାଇବର କ୍ରାଇମ: ଏସ୍.ପି*

*ବାଲେଶ୍ୱର, ତା: ୦୩/୧୦*- ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ଓଡ଼ିଶା ପୋଲିସ ଏବଂ ବାଲେଶ୍ୱର ପୋଲିସ ଆନୁକୂଲ୍ୟରେ ନାଗରିକମାନଙ୍କର ଡିଜିଟାଲ ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ ସାଇବର ସୁରକ୍ଷା ଅଭିଯାନର ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାରେ ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷା ରଥ ସମସ୍ତ ବ୍ଲକ୍ ମୁଖ୍ୟାଳୟ ଏବଂ ପୋଲିସ୍ ଷ୍ଟେସନକୁ ସ୍ପର୍ଶ କରିବ I

ସୁରକ୍ଷା ରଥରେ ଅଡିଓ/ଭିଡ଼ିଓ ମେସେଜ ଦ୍ୱାରା ଦୈନନ୍ଦିନ ଜୀବନର ବିଭିନ୍ନ ଦିଗ ପାଇଁ ଇଣ୍ଟରନେଟ ଉପରେ ନିର୍ଭରଶୀଳ ହେବା ସହିତ ଭର୍ଚୁଆଲ ଦୁନିଆରେ ଥିବା ସମ୍ଭାବ୍ୟ ବିପଦ ବିଷୟରେ ଯଥା ଅନଲାଇନ୍ ଗୋପନୀୟତା, ସୁରକ୍ଷିତ ସୋସିଆଲ୍ ମିଡିଆ ବ୍ୟବହାର, ସାଇବର ଠକାମୀ ଏବଂ ଅନଲାଇନ୍ ସ୍କାମ ସମ୍ବନ୍ଧରେ ବାର୍ତ୍ତା ପ୍ରସାର କରାଯିବ I

ଅନଲାଇନ୍ ଜଗତକୁ ସୁରକ୍ଷିତ ଏବଂ ଦାୟିତ୍ବପୂର୍ଣ ଭାବରେ ବ୍ୟବହାର କରିବା ପାଇଁ ଆବଶ୍ୟକ କରୁଥିବା ଜ୍ଞାନ ଏବଂ ଉପକରଣ ସହିତ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବାଲେଶ୍ୱର ପୋଲିସ ସ୍ଥାନୀୟ ବିଦ୍ୟାଳୟ, କଲେଜ ଏବଂ ସମ୍ପ୍ରଦାୟ ସଂଗଠନର ସହଭାଗିତା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତୁତି କରିଛି I ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବେର ୮ ତାରିଖରେ ‘ରାହଗିରି’ ପାଳନ କରାଯିବ ଯେଉଁଥିରେ ବାଲେଶ୍ୱର ବାସିନ୍ଦାଙ୍କ ପାଇଁ ଅନେକ କାର୍ଯ୍ୟକଳାପର ଆୟୋଜନ କରାଯିବ I

ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବାଲେଶ୍ୱର ଶ୍ରୀ ସ୍ବରୁପ କୁମାର ଦାସ, ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଯୋଗଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଉପଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନ, ଉପଖଣ୍ଡ ବନ ଅଧିକାରୀ ଶ୍ରୀ ଖୁଶୱନ୍ତ ସିଂଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମକର୍ତ୍ତା, ସ୍ୱୟଂ ସହକାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ I

ସଭାରେ ଓଡ଼ିଶା ପୋଲିସରେ କାର୍ଯ୍ୟରତ ବରିଷ୍ଠ ଆଇ.ପି.ଏସ୍ ଅଧିକାରୀଙ୍କର ଏକ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶନ କରାଯିବା ସହିତ ସାଇବର ସଚେତନତା ଉପରେ ଆଧାରିତ ସ୍କିଟ୍ ଏବଂ ସମୂହ ନୃତ୍ୟ ପରିବେଷଣ କରାଯାଇଥିଲା I ଶ୍ରୀମତୀ ଗାୟତ୍ରୀ ପ୍ରଧାନ, ଡି.ଏସ୍.ପି (ସିଟି), ବାଲେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ଆରକ୍ଷୀ ଅଧିକ୍ଷକ ପୁରସ୍କୃତ କରିଥିଲେ I

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,,,,