June 29, 2024

ବ୍ଲକସ୍ତରୀୟ ସାଂସଦ କ୍ରୀଡା ସଂମ୍ମାନ ଉତ୍ସବ ଉଦଘାଟିତ।

Share

ବ୍ଲକସ୍ତରୀୟ ସାଂସଦ କ୍ରୀଡା ସଂମ୍ମାନ ଉତ୍ସବ ଉଦଘାଟିତ।

ବୋଲଗଡ଼,୦୩/୧୦(ଉପାନ୍ତ ଓଡ଼ିଶା):ଗ୍ରାମାଞ୍ଚଳରେ କ୍ରୀଡାର ପ୍ରଚାର ଓ଼ ପ୍ରସାର ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ଆବାହକତ୍ୱରେ ଓ଼ ବୋଲଗଡ଼ ମଣ୍ଡଳ ବିଜେପି ସଭାପତି ରଘୁନାଥ ଷଢଙ୍ଗୀଙ୍କ ସଭାପତିତ୍ୱରେ ମଙ୍ଗଳବlର ଦିନ ବ୍ଲକସ୍ତରୀୟ ସାଂସଦ କ୍ରୀଡା ସମ୍ମାନ ଉତ୍ସବ ସ୍ଥାନୀୟ ନନ୍ଦିଘୋଷ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଣବିଜୁଳି ଓ଼ ସମ୍ମାନିତ ଅତିଥିଭାଭାବେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ କର୍ପୁର ସାହୁ ପ୍ରମୁଖ ଯୋଗଦେଇଥିଲେ। କ୍ରୀଡା ମାଧ୍ୟମରେ ଗ୍ରାମା ଅଞ୍ଚଳର ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଦ୍ୱାରା କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଉଛି ବୋଲି ସଭାପତି କହିଥିଲେ। ଗ୍ରାମାଞ୍ଚଳର କ୍ରୀଡାର ବିକାଶ ପାଇଁ ଯୁବକମାନେ ପ୍ରତିଦିନ କ୍ରୀଡା ସାମଗ୍ରୀ ମାଧ୍ୟମରେ ବିଭିନ୍ନ ପ୍ରକାରର ଖେଳ କସରତ କରିବାକୁ ମୁଖ୍ୟଅତିଥି ଶ୍ରୀମତୀ ଷଢଙ୍ଗୀ ଯୁବକମାନଙ୍କ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମକୁ ବିଜେପି ଏସି ମୋର୍ଚ୍ଚା ଉପସଭାପତି ସୁଦାମ ଦଳାଇ,ପ୍ରତାପ ମାର୍ଥା ପ୍ରମୁଖ ସହଯୋଗ କରି ପରିଚାଲନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।