March 11, 2026

ରାଜ୍ୟ ସ୍ତରୀୟ -ଆମ ଓଡ଼ିଶା ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

IMG-20250904-WA0028
Share

 

ବେଲଗୁଣ୍ଠା,04/09, ଆସନ୍ତା ସାତ ତାରିଖ ରବିବାର ଦିନ ସମ୍ବାଦ- ଆମ ଓଡ଼ିଶା ତରଫରୁ ରାଜ୍ୟ ସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଲକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ଏବଂ ବେଲଗୁଣ୍ଠା ଏନ୍ଏସିର ପେଣ୍ଠ ସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ପରୀକ୍ଷା ଅନୁଷ୍ଠିତ ହେବ I ଏହି ଅବସରରେ ଆଜି ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ଶିକ୍ଷକ ଜୟରାମ ବିଶ୍ୱାଳ,ଦୂର୍ଯ୍ୟୋଧନ ବେହେରା, ସୁରେନ୍ଦ୍ର ରଇତ, ସମୀର୍ କୁମାର ସ୍ୱାଇଁ, ଗୀତାଞ୍ଜଳି ନାୟକ,ଅନୀତା ସେଠୀଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I ଏହି ପରୀକ୍ଷାରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ଏହା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା I ସେହିଦିନ ସୂର୍ଯ୍ୟ ପରାଗ ଲାଗୁଥିବାରୁ ପରୀକ୍ଷା ଠିକ୍ ୧୦ ଟାରେ ଆରମ୍ଭ ହୋଇ ଏଗାରଟାରେ ସରିବ I ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତିନୋଟିକୁ ଟିମ୍ ରେ ବିଭକ୍ତ ହୋଇ ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର ଏବଂ ଭାଷା ଜ୍ଞାନ ଓ ପ୍ରବନ୍ଧ ମୂଲ୍ୟାୟନ କରିବା ପରେ ଦିନ ଏକ ଘଣ୍ଟା ସୁଦ୍ଧା ସମସ୍ତ ପରୀକ୍ଷାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ I ଏହି ପରୀକ୍ଷା କେନ୍ଦ୍ରରେ ବଡ଼ପଡ଼ା, ଗୋବରା, ନାଟଙ୍ଗା, ବେଣୀପଲ୍ଲୀ, ବଡ଼ବୋର୍ସିଂ,କ୍ଷତ୍ରିୟବରପୁର, ପାଇଲିପଡ଼ା,ଶାସନ,ଇଙ୍ଗିନାଠି ଗାଙ୍ଗପୁର, ଏବଂ ଖଇରପୁଟି ପଂଚାୟତର ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଆମ୍ବପୁଆ,ମଙ୍ଗଳପୁର,ବଙ୍କା, ଉଢୁରା,ତନରଡା,ଘୂ. ନୁଆଁଗାଆଁ,ଧୂମୂଛାଇ,ଇଙ୍ଗିନାଠୀ ପଂଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ବେଲଗୁଣ୍ଠା ପେଣ୍ଠ ସାହିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ