ଆଜିର ଖବର..
ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଆଉ ୨ ଦିନ ପ୍ରବଳ ବର୍ଷିବ ବୋଲି ଆକଳନ
ସମ୍ବଲପୁର ପୌର ନିଗମ ନିର୍ବାଚନ ହେବ। ୨୦୧୫ରୁ ହାଇକୋର୍ଟରେ ବିଚାରାଧୀନ ମାମଲାରେ ନିର୍ଣ୍ଣାୟକ ଶୁଣାଣି ହେଲା
ପୁରୀ ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ, କହିଲେ ମନ୍ତ୍ରୀ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ, ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିବାକୁ ପରାମର୍ଶ।
ରାଜ୍ୟରେ ଆୟୁଷ୍ନାନ ଯୋଜନାରେ ଠିକ ସେବା ଦେଉନାହାନ୍ତି ଅନେକ ଘରୋଇ ହସ୍ପିଟାଲ। ଚିକିତ୍ସା ପରେ ପକେଟରୁ ଟଙ୍କା ଗଣୁଛନ୍ତି ନିରାଶ ରୋଗୀ।
ରାଜ୍ୟର ଅଧିକାଂଶ ସ୍ଥାନରେ ରାସ୍ତାର ଦୟନୀୟ ଅବସ୍ଥା। ଶାସକ ଓ ବିରୋଧୀ ବିଧାୟକ କଲେ ଅଭିଯୋଗ। ବିଧାନସଭା ଷ୍ଟାଣ୍ଡିଂ କମିଟି ଅସନ୍ତୋଷ ପ୍ରକାଶ କଲା।
ରାଜ୍ୟର ୭୫ ହଜାର ପ୍ରାଥମିକ ଶିକ୍ଷକ କୋର୍ଟଙ୍କ ରାୟ ପରେ ଅସୁବିଧାରେ। ଓଟିଇଟି ପାସ୍ କରି ନଥିବାରୁ ଏବେ ପରୀକ୍ଷା ଦେବେ, ନହେଲେ ଚାକିରୀ ଯିବ।
ଆଜି ପୁରୀ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି,ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
ପୁରୀରେ ୨୫୦୦ ହବିଷ୍ଯାଳିଙ୍କୁ ମାଗଣା କାର୍ତ୍ତିକ ବ୍ରତ ସୁବିଧା ଦିଆଯିବ। ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ
ପାରାଦ୍ଵୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ ହୋଇଛି।
ବର୍ଦ୍ଧିତ ଭତ୍ତା ପାଇଁ ଲୋକେ ଜନ୍ମ ତାରିଖରେ ଜାଲିଆତି କରୁଥିବା ସନ୍ଦେହ। ଯାଞ୍ଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର
ଡୁଡୁମା ଜଳପ୍ରପାତରେ ୨ ପର୍ଯ୍ୟଟକ ନିଖୋଜ ଘଟଣାର ୧୧ ଦିନ ପରେ ମାଛକୁଣ୍ଡ ନଦୀପାର୍ଶ୍ୱରୁ ଗୋଟିଏ ମୃତଦେହ ଉଦ୍ଧାର
ଦେବଗଡ଼ ରିଆମାଲ ଅଞ୍ଚଳରେ ଗୋମାଂସ ଚାଲାଣ, ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା। ମୃତକ କିଶୋର ଚମାର।
କୋରାପୁଟ ଲକ୍ଷ୍ମୀପୁରରେ ବୃଦ୍ଧଙ୍କୁ ଆକ୍ରମଣ। ଆସିଲା ନାହିଁ ୧୦୮ ଆମ୍ବୁଲାନ୍ସ। ଆହତ ବୃଦ୍ଧ ଅପେକ୍ଷା କରି କରି ଆଖି ବୁଜିଲେ।
ନବରଙ୍ଗପୁର କୋଡ଼ିଙ୍ଗାରେ ୨୦୨୨ ହତ୍ୟା ମାମଲାରେ ପରିବାରର ୬ ଜଣ ସଦସ୍ୟଙ୍କୁ ଆଜୀବନ କାରା ଦଣ୍ଡାଦେଶ
ଗଞ୍ଜାମ ସାନଖେମୁଣ୍ଡିରେ ଦୋଳବ ଗ୍ରାମରେ ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ, ୪ ଆହତ।
ଭୁବନେଶ୍ୱରରେ ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ, ମଞ୍ଚେଶ୍ୱର ଥାନାରେ ଅଭିଯୋଗ। ସ୍ୱାମୀ ଜଗବନ୍ଧୁ ଅଟକ।
ଜଗତସିଂହପୁର ମଖି ଅଞ୍ଚଳରେ କୁକୁଡ଼ା ମଡ଼କ। ୩୦୦ରୁ ଅଧିକ ମୃତ, ଏ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ କାରଣ ଅସ୍ପଷ୍ଟ
ଭୁବନେଶ୍ୱର ଡୁମୁଡୁମାରେ ସ୍କୁଲରେ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଆଖି ନଷ୍ଟ କରିଦେଲେ ବୋଲି ଅଭିଯୋଗ
ଭୁବନେଶ୍ବରର ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ‘ଡିଅର ଲାଇଭ୍ ହିଲିଂ’ ରେ ଯୁବକଙ୍କୁ ହତ୍ୟା ଅଭିଯୋଗ। ମୃତକ ବାଙ୍କୀର ସୂର୍ଯ୍ୟକାନ୍ତ
ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୨୦ ହାର୍ଡକୋର ମାଓବାଦୀ।
ଯମୁନା ନଦୀରେ ବଡ଼ ବନ୍ୟା। ଦିଲ୍ଲୀ-ଏନ୍ସିଆର୍ ଅଚଳ, ୩୪୦ ବିମାନ ବିଳମ୍ବିତ
କମିଲା ଜିଏସଟି। ଏସି, ଟିଭି, କାର, ବାଇକ ୧୮℅। ତେଲ, ସାବୁନ, ସାମ୍ପୁ, ଚକଲେଟ ୫%। ପନୀର, ପିଜା, ପାଉଡର କ୍ଷୀରରେ ଶୁନ। ୧୨ ଓ ୨୮ ସ୍ଲାବ ବନ୍ଦ
ରେଳ ମନ୍ତ୍ରଣାଳୟର ସୂଚନା, ଏସବିଆଇରେ ବେତନ ବ୍ୟାଙ୍କ ଖାତା ଥିଲେ ଦୁର୍ଘଟଣା ମୃତ୍ୟୁ ବୀମାରେ ମିଳିବ ୧ କୋଟି।
ନାଗରିକତା ସଂଶୋଧନ କଟ୍ ଅଫ୍ ତାରିଖ ବୃଦ୍ଧି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୨୦୨୪ ଡିସେମ୍ବର ୩୧ ପୂର୍ବରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିପାରିବେ।
ଭେନେଜୁଏଲା ଜାହାଜ ଉପରେ ସାମରିକ ଆକ୍ରମଣ କଲା ଆମେରିକା, ୧୧ ମୃତ
====================
ଆଜି ଜନ୍ମଦିନ: ଦାଦାଭାଇ ନାରୋଜୀ, ଋଷି କପୁର, ଆଦେଶ ଶ୍ରୀବାସ୍ତବ, ସୁଶୀଲ ସିନ୍ଧେ
ଇତିହାସରେ ଆଜି: (୧୯୮୫) ଟାଇଟାନିକ ଜାହାଜର ଚିତ୍ର ପ୍ରକାଶ/ (୧୯୪୬) ଭାରତରେ କାମଚଳା ସରକାର ଗଠନ/ (୧୯୯୮) ଗୁଗୁଲ ଜନ୍ମ ନେଲା/(୧୭୮୧) ଲସ ଆଞ୍ଜେଲସ ପ୍ରତିଷ୍ଠା କଲେ ସ୍ପେନୀୟ ଜନ ସମୂହ
====================
*ବନ୍ଦେ ଉତ୍କଳ ଜନନୀ*
