March 12, 2026

ନିଯୁକ୍ତି ପାଇବା ପରେ ପରିଚାଳନା କମିଟିର ପ୍ରଥମ ବୈଠକ, ନାଟମଣ୍ଡପରେ ପ୍ରସ୍ତାବିତ ଧାଡ଼ି ଦର୍ଶନକୁ କମିଟିର ଅନୁମୋଦନ*

IMG-20250904-WA0007
Share

ପ୍ରଥମ ଶ୍ରୀମନ୍ଦିର ପରିଚାଳନା ପରିଚାଳନା କମିଟିରେ ଗଠିତ ହୋଇଛି ୧୪ ସବ୍‌ କମିଟି । ବଡ଼ କଥା ହେଲା ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସବ୍‌ କମିଟି ଗଠନ ହୋଇଛି। ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କୁ ସବ୍‌ କମିଟିରେ ଅଧ୍ୟକ୍ଷ କରାଯାଇଥିବା ବେଳେ ଜିଲ୍ଲାପାଳ, ଏସପି, ସେବାୟତ ସଦସ୍ୟ ରହିବେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବ ପାଇଁ ଗଠିତ କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ ରହିବେ। ଭୂ-ସମ୍ପତ୍ତିର ସୁରକ୍ଷା ପାଇଁ ଓକିଲ ନିଯୁକ୍ତ ହେବେ ।

ନିଯୁକ୍ତି ପାଇବା ପରେ ପରିଚାଳନା କମିଟିର ପ୍ରଥମ ବୈଠକ, ନାଟମଣ୍ଡପରେ ପ୍ରସ୍ତାବିତ ଧାଡ଼ି ଦର୍ଶନକୁ କମିଟିର ଅନୁମୋଦନ

ପ୍ରାୟ ବର୍ଷେ ପରେ ପୁରୀରେ ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନାଟମଣ୍ଡପରେ ପ୍ରସ୍ତାବିତ ଧାଡ଼ି ଦର୍ଶନକୁ ଅନୁମୋଦନ ଦେଇଛି କମିଟି । ଧାଡ଼ିଦର୍ଶନ ପାଇଁ ଗଠିତ ହୋଇଛି ସବ୍‌ କମିଟି । ଏହି ସବ୍‌ କମିଟି ଧାଡ଼ି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିବେ । ପ୍ରଥମେ ପରୀକ୍ଷାମୂଳକ ଭାବରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ମଧ୍ୟ ଏଏସଆଇ ଅନୁମତି ଦେଇଛି । ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ପ୍ରସ୍ତୁତହେବ । ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ଉତ୍ତର ଦ୍ବାରରେ ପ୍ରସ୍ତୁତ ହୋଇଛି ରାମ୍ପ । ନାଟମଣ୍ଡପ ଧାଡ଼ି ଦର୍ଶନରେ ଦିବ୍ୟାଙ୍ଗ, ବରିଷ୍ଠ ଓ ଶିଶୁ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା ।

ପ୍ରଥମ ଶ୍ରୀମନ୍ଦିର ପରିଚାଳନା ପରିଚାଳନା କମିଟିରେ ଗଠିତ ହୋଇଛି ୧୪ ସବ୍‌ କମିଟି । ବଡ଼ କଥା ହେଲା ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସବ୍‌ କମିଟି ଗଠନ ହୋଇଛି। ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କୁ ସବ୍‌ କମିଟିରେ ଅଧ୍ୟକ୍ଷ କରାଯାଇଥିବା ବେଳେ ଜିଲ୍ଲାପାଳ, ଏସପି, ସେବାୟତ ସଦସ୍ୟ ରହିବେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବ ପାଇଁ ଗଠିତ କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ ରହିବେ। ଭୂ-ସମ୍ପତ୍ତିର ସୁରକ୍ଷା ପାଇଁ ଓକିଲ ନିଯୁକ୍ତ ହେବେ ।

ଇସ୍କନର ଅଦିନିଆ ରଥଯାତ୍ରା ପ୍ରତି କଡ଼ା ଆଭିମୁଖ୍ୟ ରଖିଛି ପରିଚାଳନା କମିଟି । ଏହାକୁ ବେନିୟମ ବୋଲି କହିବା ସହ ଆସନ୍ତା ୬ ତାରିଖରେ ଗଜପତି ଶ୍ରୀମନ୍ଦିର ପ୍ରଶାସନର ଆଭିମୁଖ୍ୟ ରଖିବେ