November 26, 2024

ପିଏମ-ଜନମନ ସଚେତନତା କାର୍ଯ୍ୟକ୍ରମ..

Share

ପାରଳାଖେମୁଣ୍ଡି,ତା.୦୪.୦୯.୨୦୨୪

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତ ଓ ଗ୍ରାମ ଗୁଡିକରେ ପିଏମ-ଜନମନ ସଚେତନତା କରାଯାଉଅଛି। ଏହି ପରିପେରେ

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଆ ସଉରା ବସବାସ କରୁଥିବା ବାରୁସିଂ,ଜଙ୍ଗତାର, ତିବିଶିଂ, ତାଲିମ୍ବ,ଅଜୟ ଗଡ଼ ଇତ୍ୟାଦି ଗ୍ରାମରୁ ଵିଶେଷ ଭାବେ ବିଭିନ୍ନ ଜନଜାତି ସମୁଦାୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଲମି ଶବର,ସ୍ଥାନୀୟ ସରପଞ୍ଚ , ଅଜୟ ଗଡ଼, ସମିତି ସଭ୍ୟା ଅଜୟ ଗଡ଼ ,ସମସ୍ତ ଗ୍ରାମର ୱାର୍ଡ ମେମ୍ବର ସମେତ ଶ୍ରୀ ଅନ୍ତର୍ଯ୍ୟାମୀ କହଁର, ସ୍ଵତନ୍ତ୍ର ଅଧିକାରି, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ସେରଂଗୋ,ଶ୍ରୀ ଆକାଶ କୁମାର ଦିଗାଲ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ,ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା,ସେରଂଗୋ, ଶ୍ରୀ ଦିନେଶ କୁମାର ଦେଓ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ମନୋଜ କୁମାର ସାହୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ , ଗୁମ୍ମା ଙ୍କ ସମେତ ପଂଚାୟତ ରାଜ,କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ, ଗ୍ରାମ ଉନ୍ନୟନ, ପ୍ରାଣୀ ସମ୍ପଦ, ବିଦ୍ୟୁତ,ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଉକ୍ତ ଯୋଜନାରେ ସମସ୍ତ ଙ୍କୁ ପକ୍କାଘର,ପ୍ରତ୍ୟେକ ଘରକୁ ପାଣି, ପ୍ରତି ଗାଁ କୁ ପକ୍କା ରାସ୍ତା, ପ୍ରତି ଘରକୁ ବିଜୁଳି, ସମସ୍ତ ଙ୍କୁ ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ପୋଷଣ,ଉନ୍ନତ ଟେଲିକମ ସେବା ଓ ବିଭିନ୍ନ ଯୋଜନା ତଥା ଉନ୍ନତ ଜୀଵନ ଧାରା, ଆୟୁଷ୍ମାନ ଭାରତ ପ୍ରଭୁତି ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ପୋଷଣ କରିଥିଲେ।

ଉକ୍ତ ଶିବିରରେ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଜଙ୍ଗଲ ଜମି ପ୍ରମାଣ ପତ୍ର,ଜାତିଗତ ପ୍ରମାଣ ପତ୍ର, ଆୟକର ପ୍ରମାଣ ପତ୍ର ଓ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ଜନ୍ମଗତ ପ୍ରମାଣପତ୍ର, ଭିନ୍ନକ୍ଷମ ଭତ୍ତା, ଜାତିଗତ ପ୍ରମାଣପତ୍ର,ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର,ଗୋଷ୍ଠୀ ଜଙ୍ଗଲ ଜମି ଅଧିକାର, ବ୍ୟାଙ୍କ ପାସ ବୁକ,ବିଦ୍ୟୁତ ସଂଯୋଗୀ କରଣ , ଆଧାର କାର୍ଡ ପଞ୍ଜିକରଣ,ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଆଦି ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.