November 26, 2024

ଭଂଜନଗରରେ ବ୍ଳକ ସ୍ତରୀୟ “ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ” ଅନୁଷ୍ଠିତ 

Share

 

ଭଂଜନଗର, ୪ ସେପ୍ଟେମ୍ବର : ଆଜି ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭଞ୍ଜନଗର ର ପୂରାତନ ଶିକ୍ଷାନୁଷ୍ଠାନ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ “ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ – ୨୦୨୪” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭଞ୍ଜ ନଗର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ପାଢ଼ୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ୍ କରିଥିଲେ

କୋମଳ ମତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାର ଅନ୍ଵେଷଣ କରିବା, ଦଳଗତ କାର୍ଯ୍ୟ ନିମନ୍ତେ ଉତ୍ସାହିତ କରିବା, ମାନସିକ ସ୍ତରରେ ବିକାଶ ଆଣିବା ଓ ଶିକ୍ଷଣ ପରିସର ବୃଦ୍ଧି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରତିଭାବାନ୍ ଶିକ୍ଷାର୍ଥୀ ମାନଙ୍କୁ ପ୍ରେରଣା ଯୋଗାଇବା ଓ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା। ଭଞ୍ଜନଗର ବ୍ଳକ ର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗରର ପ୍ରାୟ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ନିଜର ଗାଇଡ୍ ଶିକ୍ଷକ ଙ୍କ ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପକନିଷ୍ଠ ବିଭାଗ ରେ ତୃତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୪ ଛାତ୍ରଛାତ୍ରୀ, କନିଷ୍ଠ ବିଭାଗ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୭ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ବିଭାଗ ନବମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୭ ଛାତ୍ରଛାତ୍ରୀ ଏହିପରି ସର୍ବମୋଟ ୩୨୮ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ, ବିଜ୍ଞାନ, ଓ ଜ୍ଞାନକୌଶଳ ଉପରେ ଆଧାରିତ କୁଇଜ୍ ପ୍ରତିଯୋଗିତା ତିନୋଟି ବିଭାଗରେ ଯଥା ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିଲା।

ଉପକନିଷ୍ଠ ବିଭାଗ ରେ ମଳାସପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାସିନୀ ଗୌଡ଼ ପ୍ରଥମ, ବଞ୍ଜରସାହି ନୂତନ ପ୍ରାଥମିକ ବିଦ୍ୟାଳୟର ଶମ୍ଭୁ ନାଇକ ଦ୍ବିତୀୟ ଏବଂ, ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ଣଚନ୍ଦ୍ର ସାହୁ ତୃତୀୟ, କନିଷ୍ଠ ବିଭାଗ ରେ ଭେଜିପୁଟ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଵର୍ଣପ୍ରଭା ପାତ୍ର ପ୍ରଥମ, ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସୁମନ ଖାଡଙ୍ଗା ଦ୍ଵିତୀୟ ଓ ବଡକୋଦଣ୍ଡା ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିବାନନ୍ଦ ଗୌଡ଼ ତୃତୀୟ ହୋଇଥିଲେ। ସେହିପରି ବରିଷ୍ଠ ବିଭାଗ ରେ ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ସାଇ ଶ୍ରୀ ମହାନ୍ତି ପ୍ରଥମ, ଲେମ୍ଭେଇ ପ୍ରମୋଦ ଚନ୍ଦ୍ର ପାତ୍ର ଉଚ୍ଚ ବିଦ୍ୟାଳୟର ରଞ୍ଜନ କୁମାର ନାୟକ ଦ୍ଵିତୀୟ ଓ ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ନନ୍ଦିନୀ ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ମଧ୍ୟାହ୍ନ ଭୋଜନରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସଂପାଦନ ପରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ବରିଷ୍ଠ ଅତିଥି ରୂପେ ଭଞ୍ଜନଗର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ପାଢ଼ୀ, ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ, ସମ୍ମାନୀତ ଅତିଥି ରୂପେ ଏବିଇଓ ଶ୍ରୀ ସୂର୍ଯ୍ୟ ନାଇକ, ଏବିଇଓ ଶ୍ରୀ ଚରଣ ବେହେରା, ଏବିଇଓ ଶ୍ରୀ ଗଜେନ୍ଦ୍ର ସେଠୀ, ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵରାଜ କଅଁର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାୟକ ଯୋଗଦାନ କରିଥିଲେ। ସମସ୍ତ ଅତିଥି ଆଜିର କାର୍ଯ୍ୟକ୍ରମ ସଂପର୍କରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର, ସିଲଡ୍ ଓ ଗୀତା ବହି ପ୍ରଦାନ କରି ଅତିଥି ମାନେ ସମ୍ମାନୀତ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବ୍ଳକର ୧୬ ଟି କ୍ଲଷ୍ଟର ସିଆରସିସି, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଦାୟିତ୍ଵ ପ୍ରଦାନ କରାଯାଇଥିବା ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ, ମିଡ଼ିଆ ବନ୍ଧୁ, ପୋଲିସ କର୍ମଚାରୀ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ନାରାୟଣ ମହାପାତ୍ର, ହୃଷୀକେଶ ସ୍ଵାଇଁ ଓ ପ୍ରଦୀପ ସାସମଲ୍ ସଂଚାଳନ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.