September 30, 2024
Share

ବସ ଅଟକାଇଲେ ଗଜରାଜ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଏକ ଯାତ୍ରୀବାହୀ ବସ କୁ ଅଟକାଇଲେ ଗଜରାଜ । ରାୟଗଡା ରୁ ଆନ୍ଧ୍ରପ୍ରଦେଶ ର ପାର୍ବତୀପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ କୁ ବାଟରେ ଅଟକାଇ ଦେଇଛନ୍ତି ଗଜରାଜ । ଉକ୍ତ ବସଟି ର ସାମ୍ନାକୁ ଯାଇ ଆଗ କାଚ ଗ୍ଲାସ ଭାଙ୍ଗି ଦେଉଥିବା, ଯାତ୍ରୀ ମାନେ ଭୟରେ ଚିତ୍କାର କରୁଥିବା ଓ ସାମନାରେ ଆସୁଥିବା ଲୋକଙ୍କୁ ଗଜରାଜ ଗୋଡଉ ଥିବା ର ଏକ ଭିଡିଓ ସୋସିଆଲ ମିଡିଆ ରେ ଘୁରି ବୁଲୁଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଭୟ ର ବାତାବରଣ ଖେଳି ଯାଇଛି ।