September 29, 2024
Share

*ଖବର ଆଜିର*
ତାରିଖ ୦୪/୦୯/୨୦୨୩ ସୋମବାର ।

ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ପାତ୍ର: ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ସରକାରଙ୍କ ତତ୍ପରତା । କମିଟିର ମୁଖ୍ୟ ରାମନାଥ କୋବିନ୍ଦଙ୍କୁ ଭେଟିଲେ ଆଇନମନ୍ତ୍ରଣାଳୟର ଅଧିକାରୀ ।

ଘୁଞ୍ଚିଲା ‘ସାଲାର’ର ରିଲିଜ୍ ‌ତାରିଖ, ବୁକ୍ ହୋଇ ସାରିଥିଲା ୪ଲକ୍ଷ ଡଲାରର ଟିକେଟ ।

ଅରୁଣାଚଳ ହେଉ ବା କଶ୍ମୀର, ଯେଉଁଠାରେ ଇଚ୍ଛା ସେଠାରେ କରିବୁ ଜି-୨୦ ବୈଠକ, ଚୀନ, ପାକିସ୍ତାନକୁ ମୋଦୀଙ୍କ ଟାର୍ଗେଟ୍ ।

ଉପନିର୍ବାଚନ ପୂର୍ବରୁ ଟିଏମ୍‌ସି ଝଟ୍‌କା, ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟିକା ମିତାଲି ରୟ ।

ଆଜି ୫ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ପାଇଁ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ।

ଦିଲ୍ଲୀରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଉତ୍ତର ରେଳବାଇ ପକ୍ଷରୁ ୪୦ଟି ମେଲ ଓ ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି । ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ପାଇଁ ଏହି ଟ୍ରେନଗୁଡିକର ଚଳାଚଳ ବନ୍ଦ ରହିବ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଦିନ ଅପରାହ୍‌ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି।  ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକିୟା । କହିଲେ, ଏହା ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ।

ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ କରାଯାଉଛି ୪୫୦ ନମୁନା ପରୀକ୍ଷା ।

ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା । କହିଲେ ରାଜ୍ୟରେ ଚାଲିଛି ଲିଜ୍ ସରକାର ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ସହ ତୁଳନା କରି ଉଦୟନିଧି ବଡ଼ ବିବାଦ ସୃଷ୍ଟି କରିଛନ୍ତି।

ଦିଲ୍ଲୀରେ ବର୍ବର କାଣ୍ଡ, ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡ୍‌ରେ ଓଠ କାଟିଦେଲେ ।

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ, ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ ।

ଜ୍ଞାନବାପୀ ମସଜିଦ ମାମଲା, ସର୍ଭେ ରିପୋର୍ଟ ଦାଖଲ ପାଇଁ ଅଧିକ ୮ ସପ୍ତାହ ସମୟ ମାଗିଲା ଏଏସ୍‌ଆଇ ।

ବଦଳି ପାଇଁ ଉଚ୍ଚଶିକ୍ଷା ବିଭାଗର ଅନଲାଇନ ଆବେଦନ ବ୍ୟବସ୍ଥା ।

ଏସ୍‌ସିବି ଅଧୀକ୍ଷକଙ୍କ ନୂଆ ନିର୍ଦ୍ଦେଶ: ଓପିଡି ଟିକେଟ୍‌ କାଉଣ୍ଟର୍‌ରେ ରହିବନି ମଧ୍ୟାହ୍ନ ବିରତି ।

ହେଲିକପ୍ଟର ଉଡ଼ାଣ ଖର୍ଚ୍ଚର ହିସାବ ବିଧାନସଭାରେ ଦେବି: ଟୁକୁନି ସାହୁ ।

ଚୀନକୁ ଧକ୍କା : ବିଆରଆଇ ପ୍ରକଳ୍ପରୁ ଓହରିବ ଇଟାଲୀ ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅଧ୍ୟାପକଙ୍କ ଚାକିରି ଫେରାଇଲେ ସରକାର: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭୋଗିଥିଲେ ଦଣ୍ଡ ।

ସୁପ୍ରଭାତ ,ଶୁଭ ସକାଳ ।