March 11, 2026

ଶିକ୍ଷାବିତ୍ ବଟକୃଷ୍ଣଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ..

IMG-20250804-WA0052
Share

 

ତିର୍ତ୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜନ୍ମଭୂମିର ମୋହ ଛାଡି ଜଗତସିଂହପୁର ଜିଲ୍ଲାର କୃଷ୍ଣନନ୍ଦପୁର ସ୍ଥିତ ହାଜିଶେଖ ସମ୍ମିରୁଦ୍ଦିନ ସରକାରୀ ହାଇସ୍କୁଲ କୁ କର୍ମଭୂମି ଭାବେ ଆଦରି ନେଇଥିବା ଶିକ୍ଷାବିତ୍ ବଟକୃଷ୍ଣ ସେଠୀ ଇତି ମଧ୍ୟରେ ସ୍ବର୍ଗବାସୀ ହେବାର ଏକବର୍ଷ ବିତି ଯାଇଛି l ନିଜଗ୍ରାମ ରାଏସର କହଣା ଠାରେ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଛି ତାଙ୍କର ପ୍ରଥମ ବାର୍ଷିକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା l ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ କୁମାର ମହାପାତ୍ର l ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଥିଲେ ରବିନାରାୟଣ ମହାପାତ୍ର l ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ ପଳସୁଧା ର ପୂର୍ବତନ ସରପଞ୍ଚ ଅନୁଜ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ତଳକୁସୁମା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅଶୋକ ଜେନା, ପୁରାତନ ଛାତ୍ରବିଭୁତି ଭୂଷଣ ମହାନ୍ତି,ତେଣ୍ଡାକୁଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାଥ ମହାପାତ୍ର, ସୁକାନ୍ତ ଦ୍ବି୍ବେଦି, ସରୋଜକାନ୍ତ ନାୟକ,ଅବସରପ୍ରାପ୍ତ ଶିକ୍ଷକ ବାନାମ୍ବର ପୃଷ୍ଟି, ବିଶିଷ୍ଠ ଶିକ୍ଷାବିତ୍ ସେଖ ଓସାମା ଅଲ୍ଲୀ l ଏହି ଅବସରରେ ବିଜୟ ମହାପାତ୍ରଙ୍କ ଦ୍ୱାରା ଏକ ସ୍ମୃତି ସ୍ମରଣିକା ଉନ୍ମୋଚନ କରାଯାଇଥିଲା l ସଭା ପୂର୍ବରୁ ଆବକ୍ଷ ଅବୟବ ପ୍ରତିମୂର୍ତ୍ତୀ କୁ ଅନାବରଣ କରାଯାଇ,ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱରଚିତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ବାନାମ୍ବର ପୃଷ୍ଟି l ଅମରଆତ୍ମା ର ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସ୍ବର୍ଗତଃ ସେଠୀ ଜଣେ ଛାତ୍ରବତ୍ସଳ, ଅମାୟିକ, କର୍ମନିଷ୍ଟ, ମେଳାପୀ, ବନ୍ଧୁପ୍ରିୟ, ଆଧ୍ୟାତ୍ମିକବାଦୀ, ପରୋପକାରୀ, ସମାଜସୁଧାରକ, ସୁସଂଗଠକ ଏବଂ ଉତ୍ତମ ମାର୍ଗଦର୍ଶକ ଭାବେ ନିଜର ଚରିତ୍ରକୁ ବ୍ୟବହାର କରିବାରେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ ବୋଲି ଉକ୍ତ ସଭାରେ ମନ୍ତବ୍ୟ ପ୍ରକାଶ ପାରିଥିଲା l ଇଂରାଜୀ ଭାଷାରେ ଅଗାଧ ଜ୍ଞାନ ଥିବା ଶିକ୍ଷାବିତ୍ ଭାବେ ତିର୍ତ୍ତୋଲ ଶିକ୍ଷାମଣ୍ଡଳ ରେ ବେଶ ପରିଚିତ ଥିଲେ l

ତାଙ୍କର ସ୍ମୃତି କହୁଥିଲା ଅନେକ କିଛି, ମାତ୍ର ସେସବୁକୁ ଭାବବିହ୍ୱଳ ହୋଇ ମନେ ପକାଉଥିଲେ ତାଙ୍କ ସଂସ୍ପର୍ଶରେ ଆସିଥୁବା ଗୁଣିଜ୍ଞାନୀ ବିଦ୍ୱାନ ମାନେ l ସଭାପତି ରତ୍ନାକର ନାୟକଙ୍କ ଅଭିଭାଷଣ ପରେ ସମାପନୀ ସଂଗୀତ ଗାନ କରିଥିଲେ ବାନାମ୍ବର ପୃଷ୍ଟି,ଧନ୍ୟବାଦ ଅର୍ପଣ କରିଥିଲେ ବିଭୁତି ଭୂଷଣ ମହାନ୍ତି ।