March 11, 2026

ଶାଖା କେନାଲ ରେ ପାଣି ଆସୁନାହିଁ, ଚାଷ କାମ ବାଧାପ୍ରାପ୍ତ    

IMG-20250804-WA0051
Share

 

ତିର୍ତ୍ତୋଲ ::-ଚାଷ ପାଇଁ ସରକାରଙ୍କ କୋଟିକୋଟି ଟଙ୍କା ବ୍ୟୟରେ ସୁବିଧା ଯୋଗେଇ ଦେବାର ଯୋଜନା କାର୍ଯ୍ୟକାରୀ ହେଉ ଥିଲେ ବି ଚାଷୀ ପାଉନି ଜଳ !ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଛଗାଁ କେନାଲ, ଜଗତସିଂହପୁର ୧୦ ନମ୍ବର କଲେଜଛକ ଠାରୁ ଆରମ୍ଭ ହୋଇଥିବା ୧୦ ଏଲ୍ ବ୍ରାଞ୍ଚ କେନାଲ ରେ ! ଖରିଫ ଚାଷ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ, ଜଳସମ୍ପଦ ବିଭାଗ ତରଫରୁ ପାଣି ଛଡ଼ାଯାଇନାହିଁ । ଏହି ଶାଖା କେନାଲ ପାଣି ଉପରେ ତିର୍ତ୍ତୋଲବ୍ଲକ ର ବିରିତୋଳ , ସଂଅରା ଓ ଗୋପାଳପୁର ତିନିଗୋଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୫୦ ଟି ଗ୍ରାମର ଶହ ଶହ ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ। ମାତ୍ର ଜଳସମ୍ପଦ ବିଭାଗର, ବିଭାଗୀୟ ଯନ୍ତ୍ରୀ ଓ ଖଲାସୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷକାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ପାଣି ଆସିପାରୁନାହିଁ। ଯାହା ଫଳରେ ସଂପୃକ୍ତ ଅଞ୍ଚଳର ଶହ ଶହ ଚାଷୀମାନେ ତଳି ଉପାଡିବା , ରୁଆବଛା ଓ ବେଉଷଣ ଆଦି କାର୍ଯ୍ୟ କରିପାରୁ ନାହାନ୍ତି। କେତେକ ଚାଷଜମିରେ ଟ୍ରାକ୍ଟର ରେ ହଳ ମଧ୍ୟ ହୋଇପାରିନି। ଯଥାଶୀଘ୍ର 10 / L ବ୍ରାଞ୍ଚ କେନାଲ ରେ ପାଣି ଛାଡ଼ିବା ପାଇଁ ଜଳସମ୍ପଦ ବିଭାଗର ପଦସ୍ଥ ଅଧିକାରୀ ମାନେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର କୃଷକ ମୂରଲୀଧର ପରିଡ଼ା, ପ୍ରଶାନ୍ତ ସାସମଲ , ଅକ୍ଷୟ କୁମାର ମହାନ୍ତି , ସୁଦାମ ଚରଣ ସାସମଲ , ବିଜୟ କୁମାର ସାହୁ, ନରୋତ୍ତମ ଭୂୟାଁ ବିଜୟ କୁମାର ମୁଦୁଲି ଓ ମନୋଜ କୁମାର ବେହେରା ପ୍ରମୁଖ ଦୃଢ଼ ଦାବୀ କରିଅଛନ୍ତି।

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର