March 11, 2026

କେନ୍ଦୁପଦର କ୍ଳଷ୍ଟର୍ ର ମାସିକ ବୈଠକ 

IMG-20250804-WA0050
Share

 

 

ଗାଙ୍ଗପୁର, ୦୪/୦୮,ଗାଙ୍ଗପୁର ଥାନା ଅଧିନସ୍ଥ କେନ୍ଦୁପଦର କ୍ଲଷ୍ଟରର ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଂଜିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହାକୁ ଆମ୍ବପୁଆ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ I ଆଜିର ବୈଠକରେ ଏଫ୍ଏଲ୍ଏନ୍ ଶିକ୍ଷକ ମାନଙ୍କ ସହିତ ସିଂଗିପୁର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅଳକାପଣ୍ଡା ,ମୁନିଗାଡ଼ି ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାୟକ, ଖୁକୁଣ୍ଡିଆ ପ୍ରଧାନଶିକ୍ଷକ ଭଗବାନ ସ୍ୱାଇଁ,ବାଙ୍ଗରଡା ପ୍ରଧାନ ଶିକ୍ଷକ ଜୟରାମ ନାୟକ, ଚାଟୁଳା ପ୍ରଧାନ ଶିକ୍ଷକ ଦ୍ୱିତୀକୃଷ୍ଣ ବେହେରା, ରାଙ୍କୁଡ଼ା ପ୍ରଧାନ ଶିକ୍ଷକ ବସନ୍ତ ପାତ୍ର, କେନ୍ଦୁପଦର ପ୍ରଧାନଶିକ୍ଷୟତ୍ରୀ ପୁଷ୍ପଲତା ପାତ୍ର, ନାହାଡା ପ୍ରଧାନ ଶିକ୍ଷକ ବଂଶୀଧର ପରିଡା, କେଶରାପଲ୍ଲୀ ପ୍ରଧାନ ଶିକ୍ଷୟତ୍ରୀ ରିତା ବେହେରା ସହିତ ପ୍ରତି ସ୍କୁଲ ରୁ ଜଣେ ଲେଖାଁଏ ଏଫ୍ଏଲ୍ଏନ ଶିକ୍ଷକ ପ୍ରଭାକର ବିଷୋୟୀ, ସନ୍ତୋଷ ବେହେରା, ସୁଜିତା ବିଷୋୟୀ, ପର୍ଶୁରାମ ଖର, ମେଘ ନାଦ ଦଳବେହେରା, ପ୍ରିୟଙ୍କାପଣ୍ଡା,ଅନିତା ବେହେରା, ପୁଷ୍ପାଞ୍ଜଳି ବେହେରା, ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରି ପିଲା ମାନଙ୍କୁ ବିଭିନ୍ନ ଉପକରଣ ମାଧ୍ୟମରେ ସହଜ ଓ ପ୍ରତି ବିଷୟକୁ ବୁଝି ପାରିଲା ଭଳି କମ ଦାମରେ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ତିଆରି କରି ମାସିକ ରୁଟିନ ଅନୁସାରେ ପ୍ରତି ବିଷୟକୁ ବୁଝି ପାରିଲା ଭଳି ନାଚ ଗୀତ ମାଧ୍ୟମରେ ଶ୍ରେଣୀ କକ୍ଷରେ ଶିକ୍ଷା ଦାନ ସହଜ ଓ ସରଳ ହୋଇପାରିବ ତା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା I ପରି ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶିକ୍ଷାଦାନ ଶୈଳୀ ଗୁଡିକକୁ ବୁଝାଇଥିଲେ I ଏମିତି ଶିକ୍ଷା ଦାନ କଲେ ପିଲାମାନେ ସହଜରେ ବୁଝିବେ ଓ ଶ୍ରେଣୀ କକ୍ଷରେ ପିଲା ମାନେ ବିରକ୍ତି ଅନୁଭବ ନ କରି ଶିକ୍ଷାଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ