March 11, 2026

ଟ୍ରକକୁ ଧକ୍କା ଦେଲା କାର ଜଣେ ମୃତ 3 ଗୁରୁତର 

IMG-20250804-WA0041
Share

 

ଟ୍ରକ ପଛପଟୁ ଧକା ଦେଲା କାର ଫଳରେ ଜଣେ ମୃତ ତିନ ଜଣ ଗୁରୁତର l ସୂଚନାପ୍ରକାରେ ଗତବିଳମ୍ବିତ ରାତିରେ ନୂଆଗଡ ଗାଁର ତିନିଜଣ ସାଙ୍ଗ ଏକ ଇର୍ଟିଗାରେ ପାରଳାଖେମୁଣ୍ଡି ଠାରୁ ନିଜ ଘର ନୁଆଗଡ ଫେରୁଥିବା ବେଳେ ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ବଡପଦା ଠାରେ ଘଟିଛି ଏଭଳିଏକ ମର୍ମନ୍ତୁକ ସଦକଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ ପଛପଟେ ପିଟି ହେଲା ଏର୍ଟିକା କାର। କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ନୁଆଗଡ ଗ୍ରାମର ସନ୍ତୋଷ ପାତ୍ର ବୋଲି ଜଣାପଡିଛି, ଆହତମାନଙ୍କ ମଧ୍ୟରେ ହେଲେ ନୁଆଗଡ ଗ୍ରାମର ଜଗା ପାଇକ, ଶ୍ୟାମସୁନ୍ଦର ଦତ୍ତ, ଓ ହୋଶେୟ ଶବର। ସ୍ଥାନୀୟ ପୋଲିସ ସହାୟତାରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ମେଡିକାଲ ପଠାଇଥିଲେ। ଶ୍ୟାମସୁନ୍ଦରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଆହତମାନଙ୍କୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି।