ଅପହୃତ ୭ବର୍ଷ ନାବାଳକ ଉଦ୍ଧାର ୨ଗିରଫ
ତାଳଚେର, ୦୪/୦୮ ଗତ ୦୩/୦୮/୨୦୨୫ ରିଖ ଦିନ ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଂଚଳରୁ ଅଜଣା ଦୃର୍ବୁତ ଜଣେ ୭ବର୍ଷ ନାବାଳକକୁ ବଳପୂର୍ବକ ଅପହରଣ କରି ନେଇ ଯାଇଥିଲେ । ଅଭିଯୋଗ କାରିଣୀ ସରସ୍ୱତୀ ସାହୁ ଥାନାରେ ଅଭିଯୋଗ କରିବାପରେ ଥାନାର କେସ୍ ନଂ୬୮୯/୨୦୨୫ ରୁଜୁ କରି ଏହାର ତଦନ୍ତ କରିଥିଲା । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବାପାଇଁ ଜିଲ୍ଳା ଏସପିଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଏସଡ଼ିପିଓଙ୍କ ତତ୍ୱାବଧାନରେ ଥାନା ଆଇଆଇସି ଛାନଭିନ୍ କରି ଅପହରଣକାରୀ ମାନଙ୍କୁ ଢ଼େଙ୍କାନାଳ ଜିଲ୍ଳା ଭାପୁର ଠାରୁ ସେମାନଙ୍କୁ ଧରିବାପରେ ସଫଳ ହୋଇଥିଲା । ସେହି ଅପହରଣକାରୀଙ୍କ ଠାରୁ ନାବାଳକକୁ ଉଦ୍ଧାର କରିବା ସହ ଏକ କଳାରଙ୍ଗର ସ୍କର୍ପିଓ ନଂ ଓଡ଼ି ୦୧ଏମ-୩୬୪୧କୁ ଜବତ କରିବା ସହିତ ଅପହରଣକାରୀ ବାଲେଶ୍ୱର ଅଂଚଳର ଏସକେ ରହିମ ଓ ଯାଜପୁର ଅଂଚଳର ସାଗର ମଲ୍ଲୀକକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।
ଅନଗୁଳ ରୁ ଅଜିତ୍ କୁମାର ଭୋଇ
