March 12, 2026

ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସ୍କୁଲ ସମ୍ମୁଖ ରେ ଧାରଣାରେ ବସିଲେ ସରପଞ୍ଚ..

IMG-20250804-WA0010
Share

 

 

ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ।ଅବବ୍ୟସ୍ତା ଭିତରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ,ପ୍ରକ୍ସି ପ୍ରଧାନଶିକ୍ଷକ ମଦ୍ୟପାନ କରିବା ସହ ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗ ରେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚ ଙ୍କ ସହ ଅଭିଭାବକ ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ।ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ପୋକ ମିଶା ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଥିବା ସହ ଚାଉଳ ଦୀର୍ଘ ୬ବର୍ଷ ଧରି ଏହି ବିଦ୍ୟାଳୟରେ ପ୍ରକ୍ସି ପ୍ରଧାନ ଶିକ୍ଷକଭାବେ ଦାୟିତ୍ୱ ତୁଲାଉଥିବା ଗଗନ କୁମାର ସାହୁ ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରୁଥିବା ନେଇ ଅଭିଯୋଗ ଆସିଥିଲା।ଯାହାକୁ ନେଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ଙ୍କ ସମେତ ସମିତି ସଭ୍ୟା,ୱାର୍ଡ ସଭ୍ୟ ସଭ୍ୟା ମାନେ ସ୍କୁଲ କୁ ଯାଇ ଯାଞ୍ଚ କରିବା ବେଳେ ସେଠାରେ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ ଦେଖିବାକୁ ପାଇଥିଲେ।ସେତିକି ନୁହେଁ ଅନ୍ଧାର ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା।ପ୍ରତ୍ୟେକ ଦିନ କିଭଳି ପିଲାମାନଙ୍କୁ ଏହି ପୋକରା ଚାଉଳ ଦିଆଯାଇଛି ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ଙ୍କୁ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ପଚାରିବା ସହ ମଧ୍ୟାହ୍ନ ଭୋଜନର ହିସାବ ମାଗିଥିଲେ।ଯାହାର ହିସାବ ଦେଇପାରିନଥିଲେ ଉକ୍ତ ଶିକ୍ଷକ।ଏ ସମ୍ପର୍କରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ,ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଓ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା।ଯାହା ଫଳରେ ଆଜି ସ୍କୁଲ ଗେଟ ନିକଟରେ ମହାତ୍ମାଗାନ୍ଧୀ ଙ୍କ ଫଟୋ ରଖି ଧାରଣାରେ ବସିଛନ୍ତି ସରପଞ୍ଚ ସୁଶାନ୍ତ କୁମାର ନାୟକ ଙ୍କ ସମେତ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ।ତୁରନ୍ତ ଏହାର ସମାଧାନ କରିବା ଓ ଦାଇତ୍ବରେ ଥିବା ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ଙ୍କୁ ବଦଳି କରିବା ସହ ମଧ୍ୟାହ୍ନ ଭୋଜନ ହେରଫେର ର ସମସ୍ତ ହିସାବ ଟିକ ନିକ ନମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରିରହିବ ବୋଲି ସମସ୍ତେ ମତ ରଖିଥିଲେ।ଧାରଣା ରେ ବସି ଥିବା ଜାଣି ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ପହଞ୍ଚି ସରପଞ୍ଚ ଙ୍କ ସହ ଆଲୋଚନା କରିବା ପରେ ଉକ୍ତ ଅଭିଯୋଗ କୁ ଯାଞ୍ଚ କରିଥିଲେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଫୋନ ଯୋଗେ ସରପଞ୍ଚ ସୁଶାନ୍ତ କୁମାର ନାୟକ ଙ୍କ ସହ କଥା ହୋଇଥିଲେ।ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଉକ୍ତ ଅଭିଯୋଗ କୁ ଯାଞ୍ଚ କରି ସୋମବାର ଦିନ ସମସ୍ତ କାଗଜପତ୍ର ପଇଠ କରିବା ସହିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )