March 10, 2026

ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ 

IMG-20250703-WA0043
Share

ବୁଗୁଡ଼ା : ତା ୦୩/୦୭/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ୭୬ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଓ୍ବାଇଆରସି ଉପଦେଷ୍ଟା ପବିତ୍ର ଖଣ୍ଡୁଆଳଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ହରିକୃଷ୍ଣ ନାୟକ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ ଜୟରାମ ବିଷୋୟୀ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ କଲେଜ ହତା ପରିସରରେ ଅତିଥି ଏବଂ ଓ୍ବାଇଆରସି ସ୍ବେଚ୍ଛାସେବୀଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା । ଏଥି ସହ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ଚିତ୍ର ପ୍ରଦର୍ଶନୀ ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।