September 12, 2026

ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ..

IMG-20250703-WA0033
Share

ପାରଳାଖେମୁଣ୍ଡି,ତା.୦୩.୦୭.୨୦୨୫

 

ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲୋମନ ରାଇକା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩୬-ମୋହନା(ST)ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ସଂଖ୍ୟା -୨୯୭ ଗୋଟି ଓ ୧୩୭- ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ସଂଖ୍ୟା -୨୭୬ଗୋଟି ର ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ୨ ଓ ୪ ଠାରେ ଛଅ ଦିନ ଧରି ଅନୁଷ୍ଠିତ ହେବ । ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ନୂତନ ଭୋଟର ନିଜର ନାମକୁ ନୂତନ ଭାବେ ଫର୍ମ -୬ ଯୋଗକରିବା, ଭୋଟର ତାଲିକାରେ ନାମ ଅନ୍ତଭୁକ୍ତ କରିବା ପାଇଁ ପ୍ରବାସୀ ଭୋଟରଙ୍କ ଫର୍ମ -୬ (କ) ଯୋଗକରିବା , ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିବା ,ଫର୍ମ -୭ ରେ ନାମକୁ ବାଦ କରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଉଛି । ସେହିପରି ଯୋଗ୍ୟ ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ www.nvsp.voterportal.eci.gov.in ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରିବା ସହିତ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ମଧ୍ୟ ପର୍ମ -୬,୭,୮ ଓ ୬ଖ ରେ ଆବେଦନ କରିପାରିବେ। ଆଜିର ତାଲିମ ପ୍ରଦାନ ପରେ ପରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ତାଲିମ କାର୍ଯ୍ୟକ୍ରମରେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ରାଜୁ ମଲିକ, ଶିକ୍ଷକ,ଶ୍ରୀ ନରେଶ ପ୍ରଧାନ, ସିଆରସିସି,ଶ୍ରୀ ନରସିଂହ ଚନ୍ଦ୍ର ମିଶ୍ର, ଜିପିଓ , ଶ୍ରୀ ରଜନୀକାନ୍ତ ସାହୁକାର,ସିଆରସିସି ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୟା.ଶିବ କୁମାର, ଶିକ୍ଷକ,ଏମ.ଉମାପତି, ସିଆରସିସି,ରଶ୍ମିତା ସାମଲ ସିଆରସିସି ଓ ପି.ଭେଙ୍କଟେଶ୍ୱରଲୁ ପ୍ରମୁକ ମାଷ୍ଟୋର ଟ୍ରେନର ବାଭରେ ଉପସ୍ଥିତ ରହି ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।