October 6, 2024

ରାଇଜିଂ ଷ୍ଟାର ଭଲ୍ଲୀବଲ ଅନୁଷ୍ଠାନ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ବୃକ୍ଷ ରୋପଣ

Share


ଛତ୍ରପୁର -୪/୭/୨୪(ଅରୁଣ କୁମାର ପଣ୍ଡା )ପ୍ରତ୍ୟେକ ବ୍ୟକ୍ତି ନିଜ ମାଆ ଙ୍କୁ ଅଧିକ ଭଲ ପାଆନ୍ତି ଏବଂ ପୃଥିବୀକୁ ମାଆଙ୍କ ସହ ତୁଳନା କରାଯାଇଛି। ଏଣୁ ପୃଥିବୀ ମାଆ ନିମନ୍ତେ “ମାଆ ପାଇଁ ଗଛଟିଏ” ଆହ୍ବାନ ଦେଇ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଗୁରୁବାର ଦିନ ଛତ୍ରପୁରର ଅଗ୍ରଣୀ କ୍ରୀଡା ସଂଗଠନ ରାଇଜିଂ ଷ୍ଟାର ଭଲିବଲ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଯାଇଛି। ଛତ୍ରପୁର ଜେଲ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ଯ ଏସ ରେଖା ମହାନ୍ତି, ଛତ୍ରପୁର ଜେଲ ଅଧିକ୍ଷିକା ଅବନ୍ତି ସିଂ, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ ପାଢୀ, ଯୁବ ନେତା ଏନ ଦୁର୍ଯ୍ୟୋଧନ ରେଡ୍ଡୀ, କେ ଚନ୍ଦ୍ରଶେଖର ରେଡୀ, ଶଙ୍କର ରେଡ୍ଡୀ, ରାଜେଶ ସାହୁ ଓ ସମାଜସେବୀ ସୟଦ ମୁକ୍ତାର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଆୟୋଜକଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ସାଧୁବାଦ ଦେଇଥିଲେ। ସର୍ବଶ୍ରୀ ବିପ୍ର ଚରଣ ସାହୁ, ପ୍ରକାଶ ଚନ୍ଦ୍ର ସେଠୀ, ପପୁନ ପ୍ରଧାନ, ରଘୁନାଥ ସାହୁ, ଗୋବିନ୍ଦ ନାୟକ, ସରୋଜ ବେହେରା, ରଞ୍ଜିତ ବେହେରାଙ୍କ ସମେତ ସମସ୍ତ ସଭ୍ଯ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିଲେ।