ବାରଣାସୀ ହାଇସ୍କୁଲ ର ସର୍ବାଙ୍ଗୀନ ଉନ୍ନତି ପାଇଁ ବୈଠକ
କାଶୀନଗର
ତା 4/7/24
ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗର ପ୍ରଧାନ ଶିକ୍ଷକ ପ୍ରକୋଷ୍ଠରେ ମୋ ସ୍କୁଲ ପୁରାତନ ଛାତ୍ର ସଂସଦର ବୈଠକ ପ୍ରଧାନ ଶିକ୍ଷକ ଶ୍ରୀ ଭାଗୀରଥି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ପୁରାତନ ଛାତ୍ର ଯଥା ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଏମ ସୁଧାରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ଶ୍ରୀ କେ ଭେଙ୍କଟ ରମଣା, ଏମ ପ୍ରବୀଣ କୁମାର , ସିଆରସିସି ଆର ମଧୁ କୁମାର, ଶ୍ରୀ ଏନ୍ ମଧୁ , ଶ୍ରୀ କେ ଶଶୀଭୂଷଣ ରାଓ, ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ପାତ୍ର,ଶ୍ରୀମତୀ ଭି ଧନଲକ୍ଷ୍ମୀ ଯୋଗଦାନ ଦେଇଥିଲେ. ଯେ ହେତୁ ବିଦ୍ୟାଳୟ ସତୁରୀ ବର୍ଷ ପଦାର୍ପଣ କରୁଛି ତେଣୁ ଏହି ଉତ୍ସବରେ ବିଦ୍ୟାଳୟ ସ୍ମରଣୀକା ପତ୍ରିକା ପ୍ରକାଶନ କରିବା, ବିଦ୍ୟାଳୟର ମୁଖ୍ୟ ଫାଟକ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ,ପ୍ରଧାନ ଶିକ୍ଷକ ପ୍ରକୋଷ୍ଠ ନବୀକରଣ ତଥା ବିଦ୍ୟାଳୟର ଆନୁସଙ୍ଗିକ ଉନ୍ନତି ଓ ପରିଚାଳନାକୁ ତ୍ୱରାନ୍ୱିତ କରିବାକୁ ନେଇ ମତବ୍ୟକ୍ତ ହୋଇଥିଲା । ଇକୋ କ୍ଲବ ମାଧ୍ୟମରେ ବିଦ୍ୟାଳୟ ଚାରା ବଗିଚା ଏବଂ ହର୍ବାଲ ଗାର୍ଡେନ ସୃଷ୍ଟି ହେଉଥିବାରୁ ସମସ୍ତ ଉପସ୍ଥିତ ଅତିଥି ସବୁଜ ପରିବେଶ ଦେଖି ସନ୍ତୋଷ ବ୍ୟକ୍ତ କଲେ। ଛାତ୍ର ଛାତ୍ରୀଙ୍କ ଉନ୍ନତି ନିମନ୍ତେ ସଭା ଓ ମଂଚର ଆୟୋଜନ, ନବମ ଦଶମ ପିଲାଙ୍କ ପାଠ ପଢାରେ ବିଶେଷ ଧ୍ୟାନ ଦେବା ସହ ସେମାନଙ୍କ ମଧ୍ୟରେ ନେତୃତ୍ୱ ବୃଦ୍ଧି ନିମନ୍ତେ ସ୍କୁଲ କ୍ୟାବିନେଟ୍ ଗଠନ ତଥା ମଞ୍ଚ ଗଠନ ଉପରେ ପ୍ରସ୍ତାବ ଆଗତ ହୋଇଥିଲା. ଯେହେତୁ ବିଦ୍ୟାଳୟ ପରିଚାଳନା କମିଟିର ଅଧିକାଂଶ ଛାତ୍ରଛାତ୍ରୀ ଆଉ ପଢ଼ୁ ନାହାନ୍ତି , ତେଣୁ ପୁନଶ୍ଚ ନୂତନ କମିଟି ଶିକ୍ଷକ ଅଭିଭାବକ ସମ୍ମିଳନୀ ମାଧ୍ୟମରେ କରିବାକୁ ପ୍ରଧାନ ଶିକ୍ଷକଙ୍କ ନିକଟରେ ଦାବୀ ଉପସ୍ଥାପନ ହେଲା । ଶେଷରେ ମୋ ସ୍କୁଲ ଏବଂ ସଂସଦ ସଭାପତି ଶିକ୍ଷକ ଶ୍ରୀ ଟି ଶଙ୍କର ଧନ୍ୟବାଦ୍ ଅର୍ପଣ କଲେ ।
ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର