September 21, 2024

ଧରାକୋଟ ରେ ଜନ ସଂପର୍କ ରୁ ଜନ ସମର୍ଥନ ଅଭିଯାନ

Share

ଧରାକୋଟ ରେ ଜନ ସଂପର୍କ ରୁ ଜନ ସମର୍ଥନ ଅଭିଯାନ
……………………………….
ଧରାକୋଟ,4/7/23 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନଅ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ର ନିର୍ଦେଶ କ୍ରମେ ଜନସମ୍ପର୍କ ରୁ ଜନସମର୍ଥନ ଅଭିଯାନ ଆରମ୍ଭ ହୋଇଅଛି । ଏହି ଅବସରରେ
ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଏକ ନମ୍ବର ବୁଥ ରୁ ଏହା ଆରମ୍ଭ ହୋଇ ଧରାକୋଟ ବ୍ଲକର ସିଂଗିପୁର ପଞ୍ଚାୟତର ସିଂଗିପୁର ଗ୍ରାମର ଗ୍ରାମ ଦେବତୀ ମନ୍ଦିର ପ୍ରାଙ୍ଗଣରେ ଯାହାଡ଼ା ଜୋନ ସଭାପତି ତଥା 29 ନମ୍ବର ଜୋନ ର ଜ଼ିଲ୍ଲା ପରିଷଦ ପାର୍ଥୀ ଅଶୋକ କୁମାର ପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ନେତା ତଥା ସମାଜ ସେବି ଇଂ ପ୍ରଦୀପ କୁମାର ପତ୍ରୀ ପ୍ରଧାନମନ୍ତ୍ରୀ ଙ୍କ ନଅ ବର୍ଷ ର ଶାସନ କାଳରେ ଭାରତ ର ସମ୍ମାନ, ମାନ ମର୍ଯ୍ୟାଦା ଗୌରବ ବଢିବା ସହ ସେ ବିଶ୍ୱର ଏକ ନମ୍ବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଇପାରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାଢେ ତିନି କୋଟି ଓଡିଶା ବାସି ଙ୍କୁ ମାଗଣାରେ ଚାଉଳ ଯୋଗାଣ ,କରୋନା ସମୟରେ ଦୁଇ କୋଟି ଲୋକଙ୍କୁ ଟୀକା ପ୍ରଦାନ , ମହିଳା ମାନଙ୍କ ପାଇଁ ସ୍ୱଚ୍ଛ ଭାରତ ଯୋଜନା ରେ ଶୌଚାଳୟ ପ୍ରଦାନ , ମା ମାନଙ୍କ ପାଇଁ ଉଜ୍ଜଳା ଗ୍ୟାସ ,.ଚାଷୀ ଭାଇ ମାନଙ୍କ ପାଇଁ ଧାନ ର ସର୍ବନିମ୍ନ ମୂଲ୍ୟ 2100 ଟଙ୍କା ପ୍ରଦାନ କରିବା ସତ୍ତ୍ୱେ କିନ୍ତୁ ଓଡ଼ିଶାରେ ଚାଷୀ ଭାଇ ମାନେ ସେମାନଙ୍କ ଧାନ ର ଉଚିତ ମୂଲ୍ୟ ନପାଇ 1100 ଟଙ୍କା ରେ ବିକ୍ରି କରୁଛନ୍ତି । ଏପରିକି ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ ରେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଟିଏ ନଥିବା ବେଳେ ଉଭୟ ବ୍ଲକରେ ମେଡିକାଲରେ ଡାକ୍ତର ଅଭାବ ଯୋଗୁଁ ଏଇଠିକାର ଜନସାଧାରଣ ବ୍ରହ୍ମପୁର ମେଡିକାଲ ଉପରେ ଭରଷା କରିବା, . ଗମନାଗମନ ସେବା ବିପର୍ଯ୍ୟସ୍ତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ବ୍ୟାପକ ଦୁର୍ନୀତି , ଉଭୟ ବ୍ଲକରେ ବସ ଷ୍ଟାଣ୍ଡ ଗୋଟେ ହେଇପାରୁନଥିବା ବିଜେପି ର ବରିଷ୍ଠ ନେତା ଇଂ ପ୍ରଦୀପ କୁମାର ପତ୍ରୀ ଅଭିଯୋଗ କରିଥିଲେ.
ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ହେଲେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ବିଜେପି କ୍ଷମତା କୁ ଆସିଲେ, ସ୍ୱାସ୍ଥ୍ୟ, ଶିକ୍ଷା ,ଗମନାଗମନ, ଶୀତଳ ଭଣ୍ଡାର ଏବଂ ଅନ୍ୟାନ ସବୁ ସୁବିଧା ସୁଯୋଗ ଲୋକେ ପାଇ ପାରିବେ ବୋଲି ଇଂ ପ୍ରଦୀପ କୁମାର ପତ୍ରୀ କହିଥିଲେ ।