May 26, 2025

ଚାଞ୍ଚଡାପଲ୍ଲୀ ଗ୍ରାମରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବିସିସି ହରିଡ଼ାଖଣ୍ଡି ଟିମ୍ ଚମ୍ପିୟାନ

Share

ଚାଞ୍ଚଡାପଲ୍ଲୀ ଗ୍ରାମରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବିସିସି ହରିଡ଼ାଖଣ୍ଡି ଟିମ୍ ଚମ୍ପିୟାନ

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗାଁ ଖେଳ ପଢିଆ ଠାରେ ଚାଞ୍ଚଡାପଲ୍ଲୀ ଗ୍ରାମରେ ଯୁବ ଗୋଷ୍ଠୀମାନଙ୍କ ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଫାଇନାଲ ମ୍ୟାଚ ମଙ୍ଗଳବାର ଦିନ ଉଦଯାପନି ଦିବସର ଫାଇନାଲ ମ୍ୟାଚରେ ବିସିସି ହରିଡ଼ାଖଣ୍ଡି ଟିମ୍ ସହ ଅନନ୍ତୋଇ ଲାଇଓନସ ଟିମ୍ ମଧ୍ୟରେ ଏକ ୧୫ ଓଭର ମ୍ୟାଚ ଆୟୋଜିତ ହୋଇଥିଲା। ଏଥିରେ ଅନନ୍ତେଇ ଲାଇଓନସ ଟିମ୍ ଟଚ୍ ଜିତି ପ୍ରଥମେ ବେଟିଙ୍ଗ କରି ୧୪ ଓଭର ୧୦୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ତେବେ ବିଜୟ ଲକ୍ଷ ନେଇ ଦ୍ୱିତୀୟ ଇଂନିଂସରେ ପଡିଆକୁ ଓଲ୍ଲାଇ ଥିବା ବିସିସି ହରିଡ଼ାଖଣ୍ଡି ଟିମ୍ ୧୫ ଓଭର ଖେଳି ୭ ୱିକେଟ ବିନିମୟରେ ୧୫୮ ରନ୍ କରିବାରେ ସମର୍ଥ ହୋଇଥିଲା। ଯାହା ଫଳରେ ହରିଡ଼ାଖଣ୍ଡି କ୍ରିକେଟ ଟିମ୍ ଚମ୍ପିୟାନ ହେବାରେ ସଫଳ ହୋଇଥିଲା। ଏହି ଉଦଯାପନୀ ଅବସରରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ଚାହିତ କରିବା ସହ ଚମ୍ପିୟାନ ହୋଇଥିବା ୱିନେର ହୋଇଥିବା ବିସିସି ହରିଡ଼ାଖଣ୍ଡି ଟିମ୍ କୁ ଚମ୍ପିୟାନ ଟ୍ରଫି ସହ ୧୮୦୦୦ ହଜାର ଟଙ୍କା ପୁରସ୍କୃତ ପ୍ରଧାନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ଯୋଗଦେଇ ରନେର ହୋଇଥିବା ଅନନ୍ତୋଇ ଲାଇଓନସ ଟିମକୁ ରନେର ଭାବେ ଟ୍ରଫି ସହ ୧୨୦୦୦ ଟଙ୍କା ପୁରସ୍କୃତ ପ୍ରଧାନ କରାଯାଇଥିଲା। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟନାଥ କୁମାର ବେହେରା, ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ସରପଞ୍ଚ ପ୍ରତିନିଧି ଟୁନା ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଖୋଳ ମାନଙ୍କ ସହଯୋଗ ଚାଞ୍ଚଡାପଲ୍ଲୀ ଗ୍ରାମରେ ଯୁବ ମାନେ ହେଲେ ଟୁଲୁ ବିଷୋୟୀ, ମାଧବ ଗୌଡ଼, ଟୁକୁନା ଦାସ, ଉନ୍ଧବ ସ୍ୱାଇଁ,ମାନସ ସ୍ୱାଇଁ, ବୁଲୁ ଭୂୟାଁ, କୃଷ୍ଣ ସ୍ୱାଇଁ, ବିଘ୍ନରାଜ ପ୍ରଧାନ, ବିଚିତ୍ର ଗୌଡ଼, ବାବୁଲା ଗୌଡ଼, ପଞ୍ଚାନନ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଗାଁରେ ଯୁବକମାନେ ଉପସ୍ଥିତ ରହି ସହଯୋଗ କରିବା ସହ ମ୍ୟାଚ ପରିଚାଳନା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed