June 6, 2026

ଶିକୁଳି ରେ ବନ୍ଧା ସୁମିତ୍ରା ଙ୍କୁ ଶିକୁଳି ମୁକ୍ତ କରିବାକୁ ଆଗେଇ ଆସିଲେ ସ୍ନେହମୟୀ 

IMG-20260604-WA0013
Share

 

ଜଗତ୍ସିଂହପୁର-ଶିକୁଳି ରେ ବିତୁଛି ସୁମିତ୍ରା ର ଜୀବନ, ଆଜି ନୁହେଁ ଦୀର୍ଘ ପନ୍ଦର ବର୍ଷରୁ ଉର୍ଧ୍ଵ ହେବ ରଶି ରେ ବନ୍ଧା ହୋଇ ଘରେ ପଡିଛି ସୁମିତ୍ରା,,ଶ୍ରୀକୃଷ୍ଣ ଯେଉଁଭଳି ବନ୍ଦୀ ଘରେ ଜନ୍ମ ହୋଇଥିଲେ ଠିକ ସେହିଭଳି ବନ୍ଦୀ ଘର ଭିତରେ ଜୀବନ ବିତାଉଛି ସୁଭଦ୍ରା l ଯଦି ରଶି ଖୋଲି ଦେଉଛନ୍ତି ତେବେ ହଠାତ ଘର ଭିତରୁ ବାହାର କୁ ଦୌଡ଼ି ଯାଉଛି, ଯାହା ଫଳରେ ଗୋଡ଼ ବାନ୍ଧି ଗୋଟିଏ ଘରେ ସେବା ଶୁଶ୍ରୁଷା କରୁଛନ୍ତି ବାପା,ଏରସମା ବ୍ଲକ ପୋଖରୀଆପଡା ଗ୍ରାମର ବିଚିତ୍ର ନାୟକ ଙ୍କ ତିନି ପୁଅ ଓ ଗୋଟିଏ ଝିଅ କୁ ନେଇ ସଂସାର, ହଠାତ ଝିଅ ଅସୁସ୍ଥ ହୋଇପଡ଼ିବା ସହିତ ମନକୁ ମନ କଥା ହେବା ଆରମ୍ଭ କରିଥିଲା, ଯାହା ଫଳରେ ବିଚିତ୍ର ଅନେକ ମେଡିକାଲ,ଝଡା, ଫୁଙ୍କା କରି କିଛି ସୁଫଳ ମିଳିଲା ନାହିଁ, ଯାହାକୁ ଦେଖି ଦେଖି ଝିଅ ଭଲ ହେବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବାପରେ ମା ଚିନ୍ତାରେ ଆଖି ବୁଜି ଦେଇଥିଲେ l ସେହିଦିନ ଠାରୁ ସୁମିତ୍ରା ର ବାପା ଆଉ ମା ର ଭୂମିକା ନିଭାଉଛନ୍ତି ବାପା ବିଚିତ୍ର l ଆଖିରୁ ଦୁଇଟୋପା ଲୁହ ନିଗାଡ଼ି ଦେଇ ଅନବରତ ଝିଅ ର ସେବା କରି ଚାଲିଛନ୍ତି, କେବେ ମନରେ କିଛି ଭାବିନାହାନ୍ତି, ନିରନ୍ତର ଝିଅ ର ସେବାରେ ଲାଗିପଡିଛନ୍ତି l ଯେଉଁ ଘର ଭିତରକୁ ଅନ୍ୟ ଲୋକ ଗଲେ ଗନ୍ଧରେ ନାକ ଟେକୁଛନ୍ତି, ସେଠି ବିନା ଦ୍ଵିଧା ରେ ବାପା ତାଙ୍କର କର୍ତବ୍ୟ କରି ଚାଲିଛନ୍ତି ll ଶିକୁଳି ରେ ସୁମିତ୍ରା ଜୀବନ ବିତାଉଥିବା ଖବର ପାଇଵା ପରେ ପୋଖରୀଆପଡା ରେ ସୁମିତ୍ରା ଙ୍କ ଘରେ ପହଞ୍ଚିବା ସହିତ ତାର ସୁସ୍ଥତା ପାଇଁ ପୁରୀ ଜିଲ୍ଲା କଣାସ ଠାରେ ରହିଥିବା ନୀଳାଚଳ ସେବା କେନ୍ଦ୍ର କୁ ନେବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ l ଆଜି ର ସମାଜ ରେ ଯେଉଁଠି ପିଲାମାନେ ଆଜିର ଦିନରେ ମଣିଷ ହେବାପରେ ନିଜର ସ୍ତ୍ରୀ ପିଲାଙ୍କୁ ନେଇ ବାହାରେ ରହି ନିଜର ବାପା ମା ଙ୍କୁ ପର କରିଦେଉଛନ୍ତି, ଆଜି ଏଠି ଦିନରାତି ଏକ କରି ଝିଅର ସେବା ରେ ଲାଗିପଡ଼ିଥିବା ବିଚିତ୍ର ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି କହିଛନ୍ତି ସ୍ନେହମୟୀ l ଯେଉଁଭଳି ସମାଜରେ ଦୁସ୍ଥ, ଅସହାୟ, ମାନସିକ ବିକାର ଗ୍ରସ୍ଥ ବ୍ୟକ୍ତି ବିଶେଷ ମାନଙ୍କୁ ନିଜର ସ୍ନେହର ଭଣ୍ଡାର ରେ ଚିକିତ୍ସା କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବାକୁ ସ୍ନେହମୟୀ ଙ୍କ ପ୍ରୟାସ କୁ ନେଇ ସାଧାରଣ ଲୋକ ମଦର ଟେରେସା ଙ୍କ ଭଳି ସେବାରେ ସ୍ନେହମୟୀ ସମସ୍ତ ଙ୍କ ଠାରୁ ଉର୍ଧ୍ଵ ରେ ବୋଲି କହିଛନ୍ତି l ସକାଳୁ ଶଯ୍ୟା ତ୍ୟାଗ ଠାରୁ ନିଦ୍ରା ଯିବା ପର୍ଯ୍ୟନ୍ତ ଦିନରାତି ନର ନାରାୟଣ ଙ୍କ ସେବାରେ ନିଜକୁ ନିୟୋଜିତ କରିଚାଲିଛନ୍ତି ସ୍ନେହମୟୀ l ଆଜି ସୁମିତ୍ରା ର ଅବସ୍ଥା ଦେଖିବା ପରେ ଆଖିରୁ ଦୁଇଟୋପା ଲୁହ ନିଗାଡ଼ି ଦେଇଛନ୍ତି, ଏହି ଝିଅ କୁ ସୁସ୍ଥ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟାକ୍ଷା ସ୍ନେହମୟୀ ଆଚାର୍ଯ୍ୟ l ଆଜି ସ୍ନେହମୟୀ ଙ୍କ ସହିତ ସମାଜସେବୀ ପ୍ରଶାନ୍ତ କୁମାର ସାମନ୍ତରାୟ, ଶରତ କୁମାର ଦାଶ ଅରୁଣା ସାମନ୍ତରାୟ, ସିଦ୍ଧେଶ୍ଵର ପଣ୍ଡା ଙ୍କ ସହିତ ବ୍ୟାସ ଫାଉଣ୍ଡେସନ ର ସଦସ୍ୟ ମାନେ ପୋଖରୀଆପଡା ରେ ଶିକୁଳି ରେ ବନ୍ଧା ସୁମିତ୍ରା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିବା ସହିତ ଆସନ୍ତା ବୁଧବାର ସୁମିତ୍ରା ଙ୍କୁ କଣାସ ନୀଳାଚଳ ସେବା ପ୍ରତିଷ୍ଠାନ ନେବାପାଇଁ ଆଲୋଚନା କରିଛନ୍ତି l