March 10, 2026

ଉମରକୋଟରେ ରାଇଘର ବିକ୍ରେତାଙ୍କ ୨୯ଲକ୍ଷ ଟଙ୍କାର ବିହନ ଜବତ

IMG-20250604-WA0048
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର କୃଷି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ନିରୀକ୍ଷଣ ଟିମ ଉମରକୋଟ ନିକଟସ୍ଥ ଚିକଲପଦର ଠାରେ ଚଢ଼ାଉ କରିଥିଲେ। ରାଇଘରର ଦେବବ୍ରତ ବାରୋଇ, ଅଧିକୃତ ବିହନ ବିକ୍ରେତା ଜୟଗୁରୁ ପେଷ୍ଟିସାଇଡ଼ସଙ୍କ ଚିକଲପଦର ଠାରେ ଏକ ଅନଧିକୃତ ଗୋଦାମରେ ୨୭୦ବସ୍ତା ଶଙ୍କର ଜାତୀୟ ଧାନ ଓ ମକା ବିହନ ଦେଖିବାକୁ ମିଳିଥିଲା। ଅଗ୍ରିଭରୋ ବାୟୋଟେକ ପ୍ରାଇଭେଟ୍ ଲିମିଟେଡ ଓ ଯିନେକ୍କ କମ୍ପାନୀର ଏହି ବିହନ ନିମନ୍ତେ କୌଣସି ଅନୁମତି ପତ୍ର ଉକ୍ତ ଦୋକାନୀଙ୍କୁ ଏହି କମ୍ପାନୀ ମାନେ ପ୍ରଦାନ କରିନାହାନ୍ତି। ଯେହେତୁ ଚିକଲପଦର ଗୋଦାମ ନିମନ୍ତେ ସରକାର କୌଣସି ଅନୁମତି ପ୍ରଦାନ କରିନାହାନ୍ତି ଏବଂ ବିହନଗୁଡିକ ଗଛିତ କିମ୍ବା ବିକ୍ରୟ ନିମନ୍ତେ କୌଣସି ସରକାରୀ ଅନୁମତି ନାହିଁ, ତେଣୁ ଏହି ୨୭୦ ବସ୍ତା ବିହନକୁ ଜବତ କରି ଗୋଦାମ ଘରଟିକୁ ସିଲ କରାଗଲା।ଜବତ କରାଯାଇଥିବା ୨୪୦ବସ୍ତା ଶଙ୍କର କିସମ ଧାନ ଓ ୩୦ବସ୍ତା ଶଙ୍କର କିସମ ମକାର ଆନୁମାନିକ ମୂଲ୍ୟ ପ୍ରାୟ ୨୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଉକ୍ତ ଚଢାଉ ସମୟରେ ଶ୍ରୀମତୀ ମୌସୁମୀ ସଜ୍ଜନ, ଅତିରିକ୍ତ ତହସିଲଦାର ଏବଂ ମାଜିଷ୍ଟ୍ରେଟ,ରାଇଘର,

ଶ୍ରୀ ଅନିଲ କୁମାର ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁର

ଶ୍ରୀ ପ୍ରଣୟ କୁମାର ମନ୍ତ୍ରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିନିଧି,

ଶ୍ରୀ ସନ୍ତୋଷ କୁମାର ନାଏକ, ବ୍ଲକ କୃଷି ଅଧିକାରୀ, ଉମରକୋଟ,

ଶ୍ରୀମତୀ ସୁନିତା ସିଂ, ବିହନ ନିରୀକ୍ଷକ, ଶ୍ରୀ ପ୍ରଶାନ୍ତ କୁମାର ବାଗ, ସହକାରୀ କୃଷି ଅଧିକାରୀ, ପୋଲିସ ଏବଂ ଅନ୍ୟାନ୍ୟ କୃଷି ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।