March 11, 2026

ସୁନା ଅଳଙ୍କାର ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ : ଥାନାରେ ଏତଲା 

IMG-20250604-WA0044
Share

ମାଲକାନଗିରି ,

ମଙ୍ଗଳବାର ରାତି ୯ ଟା ରେ ଦୋକାନ ବନ୍ଦ କରି ସୁନା ବ୍ୟାଗ ନେଇ ଘରକୁ ଫେରୁଥିବା ସମୟରେ ଘର ସମ୍ମୁଖରୁ ଦୋକାନୀଙ୍କ ସୁନା ଗହଣା ବ୍ୟାଗ୍‌ କୁ ଝାମ୍ପି ଚମ୍ପଟ ମାରିଲେ ଦୁର୍ବୃତ୍ତ ମାନେ । ମୋଟର ସାଇକଲ୍‌ରେ ଦୁଇ ଜଣ ଦୁର୍ବୁତ୍ତ ଆସି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଏହି ଲୁଟ୍ କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି। ଘଟଣାରୁ ପ୍ରକାଶ ଯେ,ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡାବାକୁଲି ଗୁଡା ସାହିରେ ଘଟିଛି ଏଭାଳି ଅଭାବନୀୟ ଘଟଣା। ପ୍ରସାଦ ଜୁଏଲର ମାଲିକ ସୁବାସ ପାଟିଲ ପ୍ରତିଦିନ ଭଳି ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ପଛପଟ ସାହିରେ ଥିବା ନିଜ ଘରକୁ ଦୁଇଟି ବ୍ୟାଗ୍‌ରେ ସୁନା ଓ ଟଙ୍କା ନେଇ ଚାଲି ଚାଲି ଆସି ତାଙ୍କ ଘର ସମ୍ମୁଖରେ ପହଞ୍ଚି ଥିଲେ। ଏହି ସମୟରେ ପଛପଟୁ ଗୋଟିଏ କଳା ରଙ୍ଗର ମୋଟର ସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଆସି ଦୁଇଟି ବ୍ୟାଗକୁ ଝାମ୍ପି ନେବାକୁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବ୍ୟାଗ୍ ନେଇ ସେଠାରୁ ଚମ୍ପଟ ମାରିଥିଲେ I ତେବେ ଏହି ସମୟରେ ସେହି ସ୍ଥାନଟି ଜନ ଗହଳି ପୂର୍ଣ୍ଣ ଥିବା ବେଳେ କେହି ମଧ୍ୟ ଚୋରଙ୍କ ଟେର୍ ପାଇ ପାରିଲେ ନାହିଁ। ଜଣେ ଚୋରି ମୁଣ୍ଡରେ ହେଲମେଟ ପିନ୍ଧିଥିଲା ବେଳେ ଅନ୍ୟଟି ମୁହଁରେ ମାକ୍ସ ଲଗାଇଥିଲା। ଦୁଇବର୍ଷ ପୂର୍ବରୁ ମଧ୍ୟ ଏହି ଦୋକାନୀଙ୍କ ଘରୁ ନିଶାଯୁକ୍ତ ଖାଦ୍ୟ ଦେଇ ସୁନା ଚୋରି କରିଥିଲେ ଦୁଇ ଜଣ ଚୋର। ତେବେ ଏନେଇ ସୁନା ଦୋକାନୀ ଶ୍ରୀ ପାଟିଲ ସଙ୍ଗେ ସଙ୍ଗେ ଥାନାକୁ ଯାଇ ଏକ ଲିଖିତ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତିକରି ହଠାତ୍ ମାଲକାନଗିରି ଏସ୍‌ଡିପିଓ ଦିବ୍ୟ ଦଳେଇ ଙ୍କ ସହ ମାଲକାନାଗିରି ଥାନା କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ ଏଯାବତ୍ ସୁନା ଚୋରି ଦୁର୍ବୃତ୍ତ ଙ୍କ କୌଣସି ସନ୍ଧାନ ମିଳି ନଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)