June 6, 2025

ହାଇୱା ଗାଡି ଧକ୍କାରେ ଠିକାଦାରଙ୍କ ମତ୍ୟୁ 

Share

ମାଲକାନଗିରି।

ହାଇୱା ଧକ୍କାରେ ବାଇକ ଆରୋହୀ ଜଣକ ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

ଆଜି ସକାଳେ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଏକ ହାଇୱା ଗାଡ଼ି ଦ୍ରୁତ ଗତିରେ ଆସି ବାଇକ ଆରୋହୀକୁ ଧକା ଦେଇଥିବା ବେଳେ ତାଙ୍କ ଛାତି ଉପରେ ଚକ ଚଢ଼ି ଯିବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ନିଜ ଘର ଏମଭି- ୨୨ ଗ୍ରାମରେ ହୋଇଥିବା ବେଳେ ତାଙ୍କ ନାମ କ୍ରିଷ୍ଣାପଦ ସରକାର(୪୨) ବର୍ଷ। ସେ ବୃତ୍ତିରେ ଜଣେ ଠିକାଦାର ଏବଂ ସେ ଜିଲ୍ଲା ମୁଖ୍ୟ ହସ୍ପିଟଲ ନିକଟସ୍ଥ କଲୋନୀରେ ବର୍ତ୍ତମାନ ସପରିବାରେ ରହି ଆସୁଥିଲେ ଥିଲେ । ଆଜି ସକାଳେ ଘରୁ ବଜାରକୁ ପନିପରିବା କିଣି ଆଣିବା ପାଇଁ ବାଇକ ଯୋଗେ ବଜାରକୁ ଯାଉଥିବା ବେଳେ କାଲିମେଳା ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଗାଡି କ୍ରିଷ୍ଣପଦଙ୍କୁ ଜୋର୍ ରେ ଧକ୍କା ଦେଇଥିଲା । ଫଳରେ ସେ ବାଇକ୍ ରୁ ଛିଟିକି ଯାଇ ଚକ ତଳେ ପଡିଯାଇଥିଲେ । ଚକ ତାଙ୍କ ଛାତି ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ରକ୍ତ ଜୁଡୁବୁଡୁ ଅବସ୍ଥିତରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ କିଛି ସମୟ ଚାପା ଉତ୍ତେଜନା ଦେଖା ଦେଇଥିଲା। ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିଲେ । ପୁଲିସ ଦୁର୍ଘଟଣା ଘଟାଇ ଥିବା ହାଇୱା ଗାଡିକୁ ଜବତ କରି ଡ୍ରାଇଭରକୁ ଗିରଫ କରିଥିବାର ଜଣା ପଡିଛି। ସୂଚନା ଯୋଗ୍ୟ ଯେ ଜିଲ୍ଲା ହସ୍ପିଟାଲ ସମ୍ମୁଖ ରେ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି । ହସ୍ପିଟାଲ କୁ ଲାଗି ଦୁଇ ପାର୍ଶ୍ଵରେ କଲୋନୀ, ଆରଏମସି କାର୍ଯ୍ୟଳୟ ଥିଲେ ମଧ୍ୟ ଟ୍ରାଫିକ ପୋଷ୍ଟଟିଏ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।ହସ୍ପିଟାଲ ଛକ ରେ ଟ୍ରାଫିକ ପୋଷ୍ଟଟିଏ କରିବା ପାଇଁ ସର୍ବ ସାଧାରଣରେ ଦାବି ହେଉଛି। ଠିକାଦାର କ୍ରିଷ୍ଣାପଦଙ୍କ ମୃତ୍ୟୁ ଖବର ପାଇ ପରିବାର ରେ ଶୋକାର ଛାୟା ଖେଳି ଯାଇଛି।ତାଙ୍କର ଛୋଟ ଛୋଟ ୨ଟି ପୁଅ, ଏବଂ ଗୋଟିଏ ଝିଅ ରହିଛି। ଜିଲ୍ଲା ଠିକାଦାର ସଂଘର କର୍ମକର୍ତ୍ତା ଓ ଅନ୍ୟମାନେ ହସ୍ପିଟାଲ ରେ ପହଞ୍ଚି ଶୋକ ପ୍ରକାଶ କରିବା ସହିତ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)